କାହିଁକି ନୀରବ ଧର୍ମେନ୍ଦ୍ର ପ୍ରଧାନ ?

ବଦଳୁଛି ମନ୍ତ୍ରୀ ମଣ୍ଡଳ ! ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମିଳିବ କେଉଁ ଦାଇତ୍ୱ ?

ଧର୍ମେନ୍ଦ୍ର ପ୍ରଧାନ ! ଏହି ନାଁ ହିଁ ଦିନେ ଓଡିଶା ରେ ବିଜେପି ର ବ୍ରାଣ୍ଡ ଇମେଜ ଥିଲା ! ସମ୍ପୂର୍ଣ ତଳ ସ୍ତର ଠାରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତ ନିଜ ସଂଗଠନ କୁ ବଳିଷ୍ଠ କରିବାର ଦକ୍ଷତା ଦେଖାଇବା ସହିତ ଲୁଲୁ ମହାପାତ୍ର ଙ୍କ ଭଳି ବରିଷ୍ଠ ଏବଂ ଜନପ୍ରିୟ ନେତା ଙ୍କ ପରିବାର କୁ ବିଜେପି କୁ ଆଣି ନିର୍ବାଚନ ଜିତାଇବା ସହିତ ଗତ ନିର୍ବାଚନ ପର୍ଯ୍ୟନ୍ତ ଦୀର୍ଘ ଏକ ଦଶନ୍ଧି ଧରି ଓଡିଶା ରାଜନୀତି ପାଣିପାଗ କୁ କରିଥିଲେ ପ୍ରଭାବିତ ! କିନ୍ତୁ ଗତ ନିର୍ବାଚନ ପର ଠାରୁ ରାଜ୍ୟ ରାଜନୀତି ରେ ମୁଖ୍ୟମନ୍ତ୍ରୀ ପଦ ଘୋଷଣା ପର ଠାରୁ ଅଧିକାଂଶ ସମୟ ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁର ରେ ନିଜ କୁ ସୀମିତ ରଖିଛନ୍ତି ଧର୍ମେନ୍ଦ୍ର ! କାରଣ ଯାହା ବି ହେଉ ଥାଇ ନା କାହିଁକି ଧର୍ମେନ୍ଦ୍ର ଙ୍କ ନୀରବତା ହିଁ ସୂଚାଇ ଦେଉଛି ଆଗାମୀ ରାଜନୈୟିତିକ ପାଣିପାଗ ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#DharmendraPradhan #Janatajagaran

 

Comments