ରହସ୍ୟମୟ ବଡମ୍ବା ର ମହାନଦୀ ଅବବାହିକା ! କେଉଁଠୁ ଆସିଲା ଏତେ ଶହ ଶହ ନାଗ ମୂର୍ତ୍ତି ! #Badamba #Cuttack #Mahanadi
ବଡମ୍ବା : କଟକ ଜିଲ୍ଲା ବଡମ୍ବା ଅଞ୍ଚଳ ରେ ଓଗାଳପୁରର କିଛି ଯୁବକ ମହାନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଜଣେ ଯୁବକ ହାତରେ ତମ୍ବା ନାଗ ମୂର୍ତ୍ତି ବାଜିଥିଲା ଲ ଗୋଟିଏ ବଡ଼ ତମ୍ବା ନାଗ ମୂର୍ତ୍ତି କୁ ଉଦ୍ଧାର କରିବା ସହ ଶହେ ରୁ ଉର୍ଦ୍ଧ ଛୋଟ ବଡ଼ ମୂର୍ତ୍ତିକୁ ଉଦ୍ଧାର କରାଯାଇ ଧୂପଦୀପ ପୂଜାର୍ଚନା କରି ଓଗାଳପୁର ସମ୍ବେଶ୍ୱର ଦେବ ମନ୍ଦିରରେ ରଖାଯାଇଛି । ତେବେ ଏତେ ତମ୍ବା ର ନାଗ ମୂର୍ତ୍ତି କେଉଁଠୁ ଆସିଲା ଏବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ! ପ୍ରକାଶ ଥାଉକି କଟକ ଜିଲ୍ଲା ବଡମ୍ବା ଅଞ୍ଚଳ ରେ ଥିବା ମହାନଦୀ ଅବବାହିକା ରେ ଖରା ଦିନେ ଜଳ ଶୁଖିଲେ ପାଣି ଭିତରେ ବୁଡି ରହିଥିବା ଏବଂ ବାଲି ରେ ପୋତି ହୋଇ ଯାଇଥିବା ଷୋଡଶ ଶତାବ୍ଦୀ ର ଅନେକ ମନ୍ଦିର ଏବଂ ଏକ ସମ୍ଭ୍ରାନ୍ତ ସହର ଆଜି ବି ଦେଖିବାକୁ ମିଳେ ! ତେବେ ପ୍ରତ୍ନ ତତ୍ତ୍ୱ ବିଭାଗ ତରଫରୁ ଏଠାରେ ଖନନ କରାଗଲେ ପାଣି ଭିତରେ ବାଲି ରେ ପୋତି ହୋଇ ରହିଥିବା ଅନେକ ରହସ୍ୟ ଉପରୁ ପରଦା ଉଠାଯାଇ ପାରିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Badamba #MahanadiRiverBank


Comments
Post a Comment