ଯଦି ଶାସକ ଦଳ ର ଏତେ ଅଭିଯୋଗ ଥିଲା ଭିକେ ପାଣ୍ଡିଆନ ଙ୍କ ନାମ ରେ ! କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାହିଁକି ?


 ଭି କେ ପାଣ୍ଡିଆନ ! ଓଡିଶା ର ଘରେ ଘରେ ପରିଚିତ ଏହି ନାଁ ! ଦିନ ଥିଲା ଓଡିଶା ର ପୂର୍ବତନ ଏବଂ ଦୀର୍ଘ ୨୫ ବର୍ଷ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ସେ ଥିଲେ Near & Dear ଏବଂ ବ୍ୟକ୍ତିଗତ ସଚିବ ମଧ୍ୟ ! ଜଣେ ପ୍ରଶାସନିକ ଅଧିକାରୀ ଭାବେ ଜୀବନ ଆରମ୍ଭ ଏବଂ ଗୋଟିଏ ଶାସନ କଳ ଉପରେ ଦୀର୍ଘ ୨୫ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିବା ଜଣେ ବ୍ୟକ୍ତିତ୍ୱ ! କିନ୍ତୁ ହଠାତ କାହିଁକି ହାରିଗଲା ବିଜୁ ଜନତା ଦଳ ? କାହିଁକି ଦଳ ର ନେତୃତ୍ୱ ଙ୍କୁ ଅନେକ କ୍ଷେତ୍ର ରେ ନିଜ କ୍ଷେତ୍ର ଠାରୁ ଅଲଗା କ୍ଷେତ୍ର ରେ ଲଢ଼ିବା ପାଇଁ କରାଯାଇଥିଲା ବାଧ୍ୟ ? ଅନେକ ରହସ୍ୟମୟ ଘଟଣା ସହିତ ହଠାତ ସାମ୍ନା ରେ ରହି ଲଢ଼ୁଥିବା ପାଣ୍ଡିଆନ ମଧ୍ୟ ଶିକାର ହୋଇଥିଲେ ରାଜନୈୟୀତିକ ଆରୋପ ର ? ଅନେକ ଅଭିଯୋଗ ଏବଂ ସମାଲୋଚନା ତାଙ୍କୁ ପ୍ରତ୍ୟକ୍ଷ ରାଜନୀତି ରୁ ପ୍ରଚ୍ଛଦ ପଟ କୁ ନେଇଛି ନାଁ ନିଜେ ପାଣ୍ଡିଆନ ଚୁପ ଅଛନ୍ତି ତାହା ତ ସମୟ କହିବ ! କିନ୍ତୁ ଯଦି ପ୍ରଶ୍ନ ଉଠିଛି ଶାସନ ରେ ଥିବା ଶାସକ ଦଳ ର ଅନେକ ଅଭିଯୋଗ ସତ୍ତ୍ୱେ ଏବଂ ଅନେକ ଆରୋପ ସତ୍ତ୍ୱେ ପାଣ୍ଡିଆନ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଶୂନ କାହିଁକି ? ଏ ପ୍ରଶ୍ନ ଖାଲି ଆମର ନୁହେଁ ? ଏ ପ୍ରଶ୍ନ ଅନେକ ମନ ର ପ୍ରଶ୍ନ !


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#VKPandian #OdishaPolitics 

www.janatajagaran.com

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike