ବିଦ୍ୟୁତ ସଂଯୋଗ ହୋଇନାହିଁ ! ତଥାପ ୬ବର୍ଷ ପରେ ୫ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି |

ବଣାଇଁ  :  ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଈ ନାହିଁ, କିନ୍ତୁ ଉପଭୋକ୍ତା ଙ୍କ ଘରକୁ ଦୀର୍ଘ 6ବର୍ଷ ପରେ ଆସୁଛି 5 ହଜାର ଟଙ୍କାର ବିଦ୍ୟୁତ ବିଲ | ବିଦ୍ୟୁତ ବିଭାଗ ର ମନ ମାନି କାର୍ଯ୍ୟ ଯୋଗୁଁ ମାନସିକ ଚାପରେ ରହୁଛନ୍ତି ଜନ ସାଧାରଣ | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇଁ ବ୍ଲକ ଅନ୍ତର୍ଗତ ଜକେଇକଳା ପଞ୍ଚାୟତ ଅଧିନସ୍ଥ ଜମକେଇ ଗ୍ରାମରେ !  ୬ବର୍ଷ ହେଲାଣି ଜଣ ଙ୍କ ଘରେ ଲାଇନ୍ ସଂଯୋଗ ହୋଇ ନାହିଁ ଅଥଚ ଇଲେକ୍ଟ୍ରିକ୍ ବିଲ୍ ୫ ହଜାର ଟଙ୍କାର ନୋଟିସ୍ ଆସିଥିବା ନେଇ ଅଭିଯୋଗ ଆସିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୯ ମସିହା ବେଳକୁ ସରକାରୀ ଯୋଜନାରେ ଜମକେଇ ଗ୍ରାମର ସୌଭାଗ୍ୟ ବେହେରା ଙ୍କୁ  ବିଦ୍ୟୁତ୍ ସଂଯୋଗ ପାଇଁ ବିଦ୍ୟୁତ ଉପକରଣ ସରଞ୍ଜାମ ଦେଇଥିଲେ ସୁଦ୍ଧା ସେଗୁଡିକୁ ଲଗାଯାଇ ପାରି ନ ଥିଲା ! ସୌଭାଗ୍ଯ ବେହେରା ଙ୍କ କହିବା ଅନୁସାରେ ଗତ ୨୩-୦୬ ୨୦୨୬ ତାରିଖ ଦିନ ତାକଂ ଘରକୁ ୫ ହଜାର ଟଙ୍କାର ନୋଟିସ୍ ଆସିଥିବା ବେଳେ ସେ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟକୁ ପହଞ୍ଚି ଏବିଷୟରେ ଅଭିଯୋଗ କରିବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ଦୁଇ ଜଣ ଆସି ଦେଖିଲେ ଯେ ଘରେ ଲାଇନ୍ ସଂଯୋଗ ହୋଇ ନାହିଁ । ଶ୍ରୀ ବେହେରାଙ୍କ କହିବାନୁସାରେ ତାଙ୍କର ଲାଇନ ସଂଯୋଗ ନ ହୋଇ ନୋଟିସ କିପରି ଆସିଛି ? ତେବେ ଏ ନେଇ ସେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ରେ ଅଭିଯୋଗ କରିବା ସହିତ ନ୍ୟାୟ ନ ମିଳିଲେ ଧାରଣା ରେ ବସିବେ ବୋଲି ଚେତାଇ ଦେଇଛନ୍ତି ।


ରିପୋର୍ଟ :- ଗଣେଶ ପାଣିଗ୍ରାହୀ ଏବଂ ପିଙ୍କୁନ ଜେନା 

ଜନତା ଜାଗରଣ

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike