ଜମ୍ମୁ ଏବଂ କାଶ୍ମୀର ରେ ନିୟନ୍ତ୍ରଣ ରେଖା ନିକଟ ରେ ଦୁଇ ସେନା ଯବାନ ଶହୀଦ ! #J&k #Indianarmy





ଜମ୍ମୁ କାଶ୍ମୀର : ଉରି ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ହଠାତ୍ ବିସ୍ଫୋରଣ ଘଟି ସେନାର ଦୁଇ ଜଣ ଜୱାନ ଶହୀଦ ହୋଇଛନ୍ତି ।ମଙ୍ଗଳବାର ଉରି ସେକ୍ଟରରେ ଗ୍ରେନେଡ୍ ବିସ୍ଫୋରଣ ରେ ଦୁଇ ଜଣ ସେନା ଜୱାନଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କାମକୋଟ୍, ଉରିରେ ଥିବା ଏକ ସେନା ଶିବିରରେ ସାଧାରଣ ଉପକରଣ ସ୍ଥାନାନ୍ତର ସମୟରେ ଏକ ହ୍ୟାଣ୍ଡ ଗ୍ରେନେଡ୍ ଅକସ୍ମାତ ବିସ୍ଫୋରିତ ହୋଇଥିଲା, ଯାହାରେ ଦୁଇ ଜଣ ସେନା ଜୱାନ ଆହତ ହୋଇଥିଲେ ।ସେ କହିଥିଲେ ଯେ, ଆହତ ଜୱାନମାନଙ୍କୁ ସେନାର ୯୨ ବେସ୍ ହସ୍ପିଟାଲକୁ ନେଇଯାଇଥିଲା, ସେଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶହୀଦ ଜୱାନମାନଙ୍କ ଚିହ୍ନଟ ହୋଇଛି — ଚଭାନ ବିକ୍ରମ ବାଲକୃଷ୍ଣ, ଯିଏ ମହାରାଷ୍ଟ୍ର ର ଐରୋଲିର ବାସିନ୍ଦା ଥିଲେ, ଏବଂ ଅର୍ଜୁନ ଜାଧବ ରାଜେନ୍ଦ୍ର, ଯିଏ କରାଡ ତହସିଲର ଶାହପୁର ଅଞ୍ଚଳର ବାସିନ୍ଦା ଥିଲେ। ଶହୀଦ ଙ୍କୁ ଶତ ଶତ ନମନ !


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#J&K #Indianarmy #Uri

Comments