ପୁଣି ହୃଦୟ ଜିତିଲେ ସି ଜୋସେଫ ବିଜୟ ! #TVK #Tamilnadu
କଣ ଓଡ଼ିଶା ରେ କେହି ଅଭିନେତା ବିଜୟ ଙ୍କ ଭଳି ହୋଇ ପାରିବେ କି ? ତାମିଲନାଡୁ ରେ ବିଦ୍ୟୁତ ବିଭାଗ ରେ ନବ ନିଯୁକ୍ତ କର୍ମଚାରୀ ଙ୍କୁ ନିଜ ହାତ ରେ ନିଯୁକ୍ତି ପତ୍ର ବାଣ୍ଟିବା ବେଳେ ଅନେକ କର୍ମଚାରୀ ବିଜୟ ଙ୍କୁ ନିଜର ମନୋଭାବ ପ୍ରକାଶ କରିଥିଲେ । ଜଣେ ମହିଳା କର୍ମଚାରୀ ହସି ହସି ବିଜୟ ଙ୍କୁ ତାଙ୍କୁ ପ୍ରପୋଜ କରିବା ପାଇଁ କହିବାରୁ ବିଜୟ ଦୁଇ ହାତ ରେ ଲଭ ସାଇନ ଦେଖାଇ ତାଙ୍କ ଇଚ୍ଛା ପୂରଣ କରିଥିଲେ ଏବଂ ପରେ ଜଣେ କର୍ମଚାରୀ ଉକ୍ତ ଉତ୍ସବ କୁ ଆସିଥିବା ତାଙ୍କ ପିତା ମାତା ଙ୍କ ଆଡକୁ ଆଙ୍ଗୁଠି ଦେଖାଇବାରୁ ବିଜୟ ନମସ୍କାର କରିଥିଲେ ! ବିଜୟ ଙ୍କ ର ଏଭଳି ଖୁଲମ ଖୁଲା ବାର୍ତାଳାପ ର ଫୋଟୋ କୁ ଏବେ ସାରା ଦେଶ ର ଯୁବ ପୀଢ଼ି ବେଶ ପସନ୍ଦ କରିଛନ୍ତି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#TVk #Tamilnadu #CMVijay


Comments
Post a Comment