କିଏ ଦେବ ଉତ୍ତର ! ରାସ୍ତା ଅଟେ କାହାର ?




କଟକ : କଟକ ଜିଲ୍ଲା ର ରାଜ ରାସ୍ତା ରେ ଏବେ ହାଇୱା ଙ୍କ ଆତଙ୍କରାଜ ! ପ୍ରତିଦିନ କିଛି ନା କିଛି ହାଇୱା ଦୁର୍ଘଟଣା ର ଘଟଣା ସାମ୍ନା କୁ ଆସୁଛି ! କଟକ ର ତ୍ରିଶୂଳିଆ ଠାରୁ ଆରମ୍ଭ କରି ବାଙ୍କୀ, ଆଠଗଡ, ତିଗିରିଆ, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳ ରେ ପ୍ରବଳ ମାତ୍ରା ରେ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଏବଂ ମହାନଦୀ ଅବବାହିକା ରୁ ବେଆଇନ ବାଲି ଚାଲାଣ ରେ ବ୍ୟବହୃତ ହାଇୱା ଚାଳକ ଙ୍କ ବେପରୁଆ ଗାଡି ଚାଳକ ଙ୍କ ପାଇଁ ଏବେ ଏହି ସବୁ ସ୍ଥାନ ରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ! ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏବଂ ଦୁର୍ଘଟଣା ଘଟି ସାଧାରଣ ଜନତା ମୃତାହତ ହେବା ବେଳେ ଏବଂ ରାଜସ୍ୱ ହାନି ହେବା ବେଳେ ରାଜ୍ୟ ସରକାର ଙ୍କ ରାଜସ୍ବ ବିଭାଗ କାହିଁକି ଚୁପ ଏବେ ତାହାକୁ ନେଇ ଉଠିଛି ସବୁରି ମନ ରେ ପ୍ରଶ୍ନ ! ଅପରପକ୍ଷ ରେ ସକାଳ ହେବା ମଦ ଦୋକାନ ସାମ୍ନା ରେ ମାଳ ମାଳ ହାଇୱା ଗାଡି ରଖି କିଛି ଚାଳକ ଖୁଲମ ଖୁଲା ମଦ୍ୟ ପାନ ପୂର୍ବକ ଗାଡି ଚାଳନା କରୁଥିବାରୁ ଦୁର୍ଘଟଣା ଘଟୁଥିବା ବେଳେ ଫାଇନ ଆଦାୟ ରେ ବାରମ୍ବାର କଣ୍ଟ ପ୍ରଦାନ କରୁଥିବା ପରିବହନ ବିଭାଗ କାହିଁକି ଚୁପ ତାହା ସ୍ପଷ୍ଟ ହୋଇ ପାରି ନାହିଁ ! ତେବେ ଅନେକ ସ୍ଥାନ ରେ ଏହି ହାଇୱା ଗୁଡିକ ଚଳାଚଳ କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି ! ତେବେ ଦିନ କୁ ଦିନ ହାଇୱା ସଂଖ୍ୟା ତୀବ୍ର ଗତି ରେ ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ତେବେ କେବେ ଜିଲ୍ଲା ପ୍ରଶାସନ ର ନିଦ୍ରା ଭଙ୍ଗ ହେବ ଏବଂ ମିଠା କଥା କହୁଥିବା ରାଜସ୍ବ ମନ୍ତ୍ରୀ ଏ ହାଇୱା ଜ୍ୱାଳା ରୁ କଟକ ଜିଲ୍ଲା ବାସୀ ଙ୍କୁ ମୁକ୍ତି ଦେବେ ତାହା କୁ ଅପେକ୍ଷା ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Haiwa #Accident #CuttackDist
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike