ପୁଅ ବୋହୂ ଙ୍କୁ ଲାଇସେନ୍ସ ବନ୍ଧୁକ ରୁ ଗୁଳି କରି ଅଭିଯୁକ୍ତ ଫେରାର ! #Fatepur


 ଫତେହପୁର: କୁହାଯାଏ ଯେ ସମୟ ମଣିଷକୁ ବଦଳାଇ ଦିଏ, କିନ୍ତୁ କ୍ରୋଧ ଏବଂ ସମୟ ଏପରି ଭାବେ ଜଣେ ବ୍ୟକ୍ତିଙ୍କୁ ଅନ୍ଧ କରିଦେବ ଯେ ସେ ନିଜ ରକ୍ତର କୁ ହିଁ ଗୁଳି କରିବାକୁ ପଛାଇବ ନାହିଁ ! ଏଭଳି ଘଟଣା ବହୁତ କମ୍ ଶୁଣିବାକୁ ମିଳେ । ଫତେହପୁର ଜିଲ୍ଲାର ସୀତାପୁର ଗାଁରେ ବୁଧବାର ଘଟିଥିବା ଏହି ଘଟଣା ସମସ୍ତ ଙ୍କୁ ସ୍ତବ୍ଧ କରିଦେଇଛି । ୭୫ ବର୍ଷୀୟ ବୃଦ୍ଧ ରାମଖେଲାବନ ପଟେଲ ନିଜର ଲାଇସେନ୍ସପ୍ରାପ୍ତ ଦୁଇନଳିଆ ବନ୍ଦୁକରୁ ନିଜ ବଡ଼ ପୁଅ ଅବନୀଶ (୩୫) ଓ ବୋହୂ ମନୀଷା (୨୮)ଙ୍କୁ ଗୁଳି କରିଥିଲେ । ହୃଦୟବିଦାରକ କଥା କେବଳ ଗୁଳି ଚାଲିବା ନୁହେଁ; ବରଂ ଗୁଳି ମାରିବା ପରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଉଭୟ ରକ୍ତାକ୍ତ ଅବସ୍ଥାରେ ଘର ଦୁଆରରେ ଛଟପଟ ହେଉଥିବା ବେଳେ ବାପା ହାତରେ ବନ୍ଦୁକ ଧରି ଘର ସାମ୍ନାରେ ଘୁରିବା ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଅସୁସ୍ଥ ମା’ଙ୍କ ସେବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ! ରାମଖେଲାବନ ଙ୍କ ସ୍ତ୍ରୀ ମିଥଲେଶ ଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ତାଙ୍କ ଚିକିତ୍ସା ଖର୍ଚ୍ଚ ଏବଂ ଦେଖାଶୁଣାକୁ ନେଇ ବଡ଼ ପୁଅ ଅବନୀଶ ଓ ବୋହୂ ମନୀଷାଙ୍କ ସହ ଘରେ ପ୍ରାୟତଃ ବିବାଦ ହେଉଥିଲା । ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ ଏହି କଥାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଥିଲା ।

ସେହି ସମୟରେ ମନୀଷା ମଧ୍ୟ ସେଠାକୁ ଆସି କହିଥିଲେ, "ଆମକୁ ଫସଲ ଏବଂ ସମ୍ପତ୍ତିରେ ଆମର ଅଂଶ ଦେଇଦିଅ, ତାହା ପରେ ଆମେ ଦେଖାଶୁଣା କରିବୁ ।" ଏହା ଶୁଣି ରାମଖେଲାବନ ରାଗିଯାଇ ବୋହୂଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ମଧ୍ୟସ୍ଥତା କରିବାକୁ ଆସିଥିବା ଅବନୀଶ ବାପାଙ୍କୁ ଧକ୍କା ଦେଇଥିଲେ । ୪୦ ବର୍ଷ ପୂର୍ବେ ଦସ୍ୟୁମାନଙ୍କ ସହ ଲଢ଼ିଥିବା ରାମଖେଲାବନ ଙ୍କୁ ପୁଅର ଏହି ଧକ୍କା ଅପମାନଜନକ ଲାଗିଥିଲା । ସେ ଘର ଭିତରକୁ ଯାଇ ନିଜର ଦୁଇନଳିଆ ବନ୍ଦୁକ ଆଣିଥିଲେ ଏବଂ ନିଜ ପୁଅ ଏବଂ ବୋହୂ ଙ୍କ ଉପର କୁ ଅତି ନିକଟ ରୁ ଗୁଳି ଚଲାଇ ଦେଇଥିଲେ ! ୪୦ ମିନିଟ ଧରି ଛଟପଟ ହେଉଥିଲେ ପୁଅ-ବୋହୂ ! ରାମଖେଲାବନ ପ୍ରଥମ ଗୁଳି ଅବନୀଶଙ୍କ ଉପରେ ଚଳାଇଥିଲେ, ଯାହା ତାଙ୍କ ହାତ ଓ ପାଦକୁ ଭେଦି ଯାଇଥିଲା । ଘରେ ଚିତ୍କାର ଶୁଣି ଦ୍ୱିତୀୟ ଗୁଳି ବୋହୂ ମନୀଷାଙ୍କ ପେଟ କୁ ମାରିଥିଲେ । ଗୁଳି ଲାଗିବା ପରେ ଅବନୀଶ ପ୍ରାଣ ବଞ୍ଚାଇବାକୁ ଦୌଡ଼ିଥିଲେ, କିନ୍ତୁ କିଛି ଦୂରରେ ଯାଇ ପଡ଼ିଯାଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ

ଗୁଳିର ଶବ୍ଦରେ ସମଗ୍ର ଗାଁ ଭୟଭୀତ ହୋଇଯାଇଥିଲା । ଅବନୀଶ ଓ ମନୀଷା ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ, କିନ୍ତୁ ରାମଖେଲାବନ ବନ୍ଦୁକ ଧରି ସେଠାରେ ଘୁରୁଥିଲେ । ତାଙ୍କ ଭୟ ଏତେ ଅଧିକ ଥିଲା ଯେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ କୌଣସି ଗ୍ରାମବାସୀ ଆଗକୁ ଆସି ଆହତ ଦମ୍ପତିଙ୍କୁ ପାଣି ମଧ୍ୟ ପିଆଇବାକୁ ସାହସ କରିପାରିନଥିଲେ । ଯେତେବେଳେ ରାମଖେଲାବନଙ୍କୁ ଲାଗିଲା ଯେ ଦୁହେଁ ଆଉ ଉଠିପାରିବେ ନାହିଁ, ସେ ଆରାମରେ ଘରକୁ ଯାଇ ପୋଷାକ ବଦଳାଇ ସାଇକେଲରେ ହରିଖେଡା ମଦ ଦୋକାନ ଦିଗକୁ ପଳାଇଯାଇଥିଲେ। ସବୁଠାରୁ ଦୁଃଖଦ ଦିଗ ହେଉଛି—ଯେଉଁ ବନ୍ଦୁକ କେବେ ପରିବାରର ସୁରକ୍ଷା ପାଇଁ ଥିଲା, ସେହି ବନ୍ଦୁକ ଆଜି ପରିବାରକୁ ଉଜାଡ଼ିଦେଲା। ପ୍ରାୟ ୪୦ ବର୍ଷ ପୂର୍ବେ ଦସ୍ୟୁମାନେ ରାମଖେଲାବନଙ୍କ ଘର ଉପରେ ଆକ୍ରମଣ କରି ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ । ସେହି ଘଟଣା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଆତ୍ମରକ୍ଷା ପାଇଁ ଏହି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଦେଇଥିଲା । କିନ୍ତୁ କେହି ଭାବିନଥିଲେ ଯେ ଏହି ଅସ୍ତ୍ର ଦିନେ ନିଜ ପରିବାରର ରକ୍ତ ଝରାଇବ । ଅଭିଯୁକ୍ତ ପଳାଇଯିବା ପରେ ଗ୍ରାମବାସୀମାନେ ଡାଏଲ୍ କରି ୧୧୨କୁ ସୂଚନା ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଆମ୍ବୁଲାନ୍ସ ସମୟରେ ନ ପହଞ୍ଚିବାରୁ ଆହତମାନଙ୍କୁ ଏକ ବ୍ୟକ୍ତିଗତ ଗାଡ଼ିରେ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କାନପୁରର ରିଜେନ୍ସି ହସ୍ପିଟାଲକୁ ପଠାଯାଇଥିଲା ।

ଅତ୍ୟଧିକ ରକ୍ତସ୍ରାବ ହେବାରୁ ଡାକ୍ତରମାନେ ଅବନୀଶଙ୍କୁ ବଞ୍ଚାଇପାରିନଥିଲେ ଏବଂ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମନୀଷାଙ୍କ ପେଟରୁ ଅସ୍ତ୍ରୋପଚାର ମାଧ୍ୟମରେ ଗୁଳି ବାହାର କରାଯାଇଛି ଏବଂ ସେ ବର୍ତ୍ତମାନ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ଦମ୍ପତିଙ୍କର ଜଣେ ଛୋଟ ଝିଅ ଥିଲେ, ଯାହାର ପୂର୍ବରୁ ରୋଗରେ ମୃତ୍ୟୁ ହୋଇଥିଲା । ଏବେ ଅବନୀଶଙ୍କ ମୃତ୍ୟୁ ପରେ ପରିବାରରେ କେବଳ ଶୋକ ଓ ନିରବତା ବ୍ୟାପି ଯାଇଛି ।

ଘଟଣାର ସୂଚନା ପାଇ ସହିତେ ଏସ୍‌ପି ଅଭିମନ୍ୟୁ ମାଙ୍ଗଲିକ ଓ ସିଓ ଗୌରବ ଶର୍ମା ଭାରୀ ପୋଲିସ ବଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ହତ୍ୟାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ବନ୍ଧୁକ କୁ ପୋଲିସ ଜବତ କରିଛି । ଏସ୍‌ପି ଅଭିମନ୍ୟୁ ମାଙ୍ଗଲିକ କହିଛନ୍ତି ଯେ ଘଟଣା ପରେ ଅଭିଯୁକ୍ତ ବାପା ସାଇକେଲରେ ପଳାଇଯାଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୋଲିସର ଅନେକ ଦଳ ଗଠନ କରାଯାଇଛି । ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ଏବଂ ଏହି ଘାତକ ଅସ୍ତ୍ରର ଲାଇସେନ୍ସ ବାତିଲ କରିବା ପ୍ରକ୍ରିୟା ଆରମ୍ଭ କରାଯିବ ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Fatepur #DomesticViolence

Comments