ରାୟଗଡା ରେ ଡକାୟତି ଉଦ୍ୟମ ପଣ୍ଡ ! #Rayagada #Kashipur

 




ଡକାୟତି ଯୋଜନାବେଳେ ୫ ଗିରଫ ।

କାଶିପୁର: ଡକାୟତି ଯୋଜନା ଚାଲିଥିବାବେଳେ କାଶୀପୁର ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ। ସହ ବାଇକ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି | ସୋମବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି I

ପୋଲିସ ସୂଚନାନୁଯାୟୀ କାଶୀପୁର ଥାନାର ଏସ୍‌ଆଇ ବିକାଶ କୁମାର ପଟେଲ । ରବିବାର ରାତିରେ ରାତିରେ ପାଟ୍ରୋଲିଂ କରୁଥିବା ସମୟ ରେ କାଶୀପୁରର ଶିବ ମନ୍ଦିର ନିକଟରେ କେତେଜଣ ଡକାୟତି ଯୋଜନା କରୁଥିବା ବିଶେଷ ସୂତ୍ରରୁ ସେ ଖବର ପାଇଥିଲେ। ପୋଲିସ ସେଠାରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ବାଇକ୍, ଗୋଟିଏ ଖଣ୍ଡା, ୨ ଲୁହା ରଡ୍, ଦୁଇଟି ବାଉଁଶ, ଲଙ୍କା ପାଉଡର ପ୍ୟାକେଟ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଅଭିଯୁକ୍ତମାନଙ୍କୁ ଥାନାରେ ପଚରାଉଚରା ବେଳେ ଡକାୟତି ଯୋଜନା କରୁଥିବା ନେଇ ସେମାନେ ସ୍ବୀକାର କରିଥିଲେ। ଏନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କ ନାମରେ କାଈପୁର ଥାନାରେ ପୂର୍ବରୁ ମାମଲା ରହିଛି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#Rayagada

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike