ଗଞ୍ଜାମ ଜିଲ୍ଲା ଧରାକୋଟ ମୁଣ୍ଡମରାଇରେ ରାଷ୍ଟ୍ରୀୟ ନବବର୍ଷ ପାଳନ l


ଧରାକୋଟ ରାଷ୍ଟ୍ରୀୟ ସାୟଂ ସେବକ ସଂଘ ମୁଣ୍ଡମରାଇ ଭଗତ ସିଂ ପ୍ରଭାତ ଶାଖା ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଜାଇଛି l ପ୍ରାତଃ ପାଞ୍ଚ ଘଣ୍ଟ ସମୟରେ ସଂଘ କାର୍ଯ୍ୟଳୟରେ ଧ୍ଵଜା ଅର୍ପଣ କରି ସରସଂଘ ଚାଳକ ପ୍ରଣାମ କରାଯାଇଥିଲା l ସକାଳ ଛଅ ଘଣ୍ଟ ସମୟରେ ନଗର ସଙ୍କୀର୍ତ୍ତନ କରି ପ୍ରଭାତ ଫେରି ହୋଇଥିଲା l ଏହାପରେ ଗ୍ରାମର ତ୍ରିନାଥ ମଣ୍ଡପ ଠାରେ ମଧ୍ୟାହ୍ନ ସମୟରେ ଏକ ଜଳ ଯୋଗର ବ୍ୟବସ୍ଥା ସହ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା l ସନ୍ଧ୍ୟା ସମୟରେ ମଣ୍ଡପ ଠାରେ ମହାମନ୍ତ୍ର ଓ ହନୁମାନ ଚାଳିଶା ପଠନକରି ବିଶ୍ଵ ଶାନ୍ତି ଓ ମଙ୍ଗଳ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଂଘର ଖଣ୍ଡ କାର୍ଯ୍ୟବାହା ରାଜନିକାନ୍ତ ସାହୁ , ବୌଦ୍ଧିକ ପ୍ରମୁଖ ଗଣେଶ ଚନ୍ଦ୍ର ପାତ୍ର, ଚିଦାନନ୍ଦ ପାତ୍ର,ସୁଶ୍ରୀଳ ବେହେରା, ସନ୍ତୋଷ ପାତ୍ର, ଅରୁଣ କୁମାର ପାଣିଗ୍ରାହୀ,ସୀତାରାମ ସାହୁ,ପ୍ରଦୀପ ଜେନା,ଜୟରାମ ପାତ୍ର,ଜିତେନ୍ଦ୍ର ସାହୁ, ସେବା ପ୍ରମୁଖ ଦୀନବନ୍ଧୁ ମହାରଣା ସହଯୋଗ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ l 


ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#Ganjam #Dharakote

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike