ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି !

 


ଗାଁ ଗଣ୍ଡା ରେ ଆଗରୁ ଟିକେ ଭାଙ୍ଗ ଯାହା ମିଳୁଥିଲା କିନ୍ତୁ ଗଲା ୨୫ ବର୍ଷ ଭିତରେ ପ୍ରତି ପଞ୍ଚାୟତ ରେ ମଦ ଦୋକାନ ଖୋଲା ହୋଇ ସାରିଛି ! ଛକ ବଜାର ରେ ଯେଉଁଠି ଝିଅ ବୋହୂ ଗଲେ ଓଢଣା ଦେଇ ଗଲା ବେଳେ ଗାଁ ର ଭଦ୍ର ବ୍ୟକ୍ତି ମାନେ ବାଟ ଛାଡି ଦେଉଥିଲେ ଏବେ କିଛି ମଦ୍ୟପାନ କରି ବାଟ ଓଗାଳିବା ଆରମ୍ଭ କରି ସାରିଛନ୍ତି ! ବ୍ରାଉନ ସୁଗାର, ହେରୋଇନ ଏବଂ ଗଂଜେଇ ପ୍ରାୟତଃ ସବୁ ପଞ୍ଚାୟତ ରେ ବେଆଇନ ଉପାୟ ରେ ଉପଲବ୍ଧ ଏବଂ ଏହାର ପ୍ରଥମ ଶିକାର ହେଉଛନ୍ତି ଯୁବ ପୀଢ଼ି ! ଯେଉଁଥି ପାଇଁ ବଢିଛି ଦୁର୍ଘଟଣା , ଦୁଷ୍କର୍ମ ଏବଂ ଚୋରି ଭଳି ଅପରାଧ ! ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ରେ ଏତେ ଖଣି ଖାଦାନ ଏବଂ ପର୍ଯ୍ୟଟନ ସ୍ଥଳୀ ଥିଲା ବେଳେ ମଦ କୁ କାହିଁକି ରାଜସ୍ବ ଆଦାୟ ର ଏକ ମୂଳ ଆଧାର ଭାବରେ ଗ୍ରହଣ କରାଯାଉଛି ? ଏବଂ ବେଆଇନ ନିଶା ଦ୍ରବ୍ୟ ଯେଉଁମାନେ ବିକ୍ରୟ କରୁଛନ୍ତି ସେମାନେ ଦଣ୍ଡ ପାଇବା ପରେ ମଧ୍ୟ ପୁଣି କିଭଳି ଉକ୍ତ ବେପାର ରେ ଲିପ୍ତ ରହି ଲାଭବାନ ହେଉଛନ୍ତି ? ନିଷିଦ୍ଧ ନିଶା ଦ୍ରବ୍ୟ ସେବନ ପାଇଁ ଛକ ବଜାର ଗୁଡିକ ରେ ସର୍ବଦା ଗଣ୍ଡଗୋଳ ଲାଗି ରହିବା ସହିତ ଅପରାଧ ହାର ବହୁତ ତୀବ୍ର ଗତି ରେ ବୃଦ୍ଧି ପାଇଛି ! ତେବେ ଏଇଠି କେତୋଟି ପ୍ରଶ୍ନ ଆସୁଛି ! କଣ ବିନା ମଦ ରେ ରାଜ୍ୟ ଚାଲିପାରିବ ନାହିଁ ? କଣ ବେଆଇନ ନିଶା ଦ୍ରବ୍ୟ ବେପାର କରୁଥିବା ଲୋକ ମାନେ କଣ କେବେ ସରକାର ଙ୍କୁ ଭୟ କରିବେ ନାହିଁ ?


ବିଚାର ଆପଣ ଙ୍କ ହାତ ରେ 🙏


ରିପୋର୍ଟ :- ସୋନା ବାନାର୍ଜୀ 

ଜନତା ଜାଗରଣ 


#Wine #Revenue #Odisha

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike