ଗଞ୍ଜାମ ଜିଲ୍ଲା ପୋଖରୀରେ ବୁଡି ବାଳକ ମୃତ ।




ଗଞ୍ଜାମ ଜିଲ୍ଲା ପୋଖରୀରେ ବୁଡି ବାଳକ ମୃତ l
ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତ ର ଖଇରପୁଟି ଗାଁ ପୋଖରୀରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକର ନାମ ପବିତ୍ର ନାହକ ( ୯) ଓ ସେ ରତନ ନାହାକ ଓ ରାଜୁତି ନାହାକ ଙ୍କ ପୁଅ ଅଟେ । ରବିବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ସାଙ୍ଗ ମାନଙ୍କ ସହିତ ପୋଖରୀରେ ଗାଧୋଉଥିବା ବେଳେ ଅଚାନକ ଗୋଡ ଖସିଯିବାରୁ ପବିତ୍ର ପାଣିରେ ବୁଡି ଯାଇଥିଲା । ଖବର ପାଇ ପରିବାର ଲୋକେ ତାକୁ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣା ଯାଇଛି । 
ରିପୋର୍ଟ :- ଗଣେଶ ପାଣିଗ୍ରାହୀ 
ଜନତା ଜାଗରଣ 

#Ganjam

 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike