କୁକୁଡ଼ା ଖଣ୍ଡି ବ୍ଲକ ରେ ଠକେଇ ଅଭିଯୋଗ !



କୁକୁଡାଖଣ୍ଡି - କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ହୁଗୁଳାପଟ୍ଟା ଗ୍ରାମରୁ ଏକ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଠକେଇର ଶିକାର ହୋଇଥିବା ଅନେକ ମହିଳା ଓ ପୁରୁଷ ଆଜି ବ୍ରହ୍ମପୁର ସ୍ଥିତ ନୀମଖଣ୍ଡି ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ହୁଗୁଳାପଟ୍ଟା ଗ୍ରାମର ଗୀତାଞ୍ଜଳି ରାଉଳ ଓ ତାଙ୍କ ସ୍ୱାମୀ ରଞ୍ଜନ ରାଉଳ ବିଭିନ୍ନ ବାହାନା ଦେଖାଇ ଏବଂ ଲୋକଙ୍କ ବିଶ୍ୱାସ ଜନ୍ମାଇ ଧାର ନେବା ନାମରେ ଅନେକଙ୍କ ପାଖରୁ ପଇସା ଆଣିଥିଲେ । ଏହିପରି ଭାବେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ରାଶି ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ଧାର୍ଯ୍ୟ ସମୟ ଅତିବାହିତ ହେବା ପରେ ମଧ୍ୟ ରାଉଳ ଦମ୍ପତି ବାକି ନେଇଥିବା ଟଙ୍କା ନଫେରାଇବାରୁ ଧାର ଦେଇଥିବା ଲୋକମାନେ ବାରମ୍ବାର ତାଙ୍କ ଘରକୁ ଯାଇ ପଇସା ମାଗିଥିଲେ । ତେବେ ଅଭିଯୋଗ ଅନୁସାରେ, ଲୋକେ ପଇସା ମାଗିଲେ ରାଉଳ ଦମ୍ପତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ କୁହାଯାଇଛି । ଏହି ଘଟଣାକୁ ନେଇ ପୂର୍ବରୁ ଧାର ଦେଇଥିବା ସନ୍ତୋଷୀ ସ୍ୱାଇଁ,ବୁଡ଼ୁ ସ୍ୱାଇଁ,ସୁନୀତା ମହାରଣା,ପିଙ୍କି ସ୍ୱାଇଁ, ମାୟା ସାହୁ,ବିଷ୍ଣୁ ସାହୁ,ସସ୍ମିତା ସାହୁ,ରବୀନ୍ଦ୍ର ସାହୁ,ସଞ୍ଜୁ ସ୍ବାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେତେବେଳେ ରାଉଳ ଦମ୍ପତି ଦୁଇ ମାସ ମଧ୍ୟରେ ପଇସା ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମୟ ଅତିବାହିତ ହେବା ପରେ ମଧ୍ୟ ପଇସା ନଫେରାଇ ଘର ଛାଡ଼ି ଅନ୍ୟତ୍ର ବସବାସ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତି ଓ ଧାର ଦେଇଥିବା କିଛି ମହିଳା କ୍ଷୁବ୍ଧ ହୋଇ ସାଂସଦ ପ୍ରତିନିଧି ଗଙ୍ଗାଧର ପତ୍ରଙ୍କୁ ଏହି ବିଷୟ ଅବଗତ କରାଇଥିଲେ ଓ ତାଙ୍କରି ଉପସ୍ଥିତିରେ ଗୀତାଞ୍ଜଳି ରାଉଳଙ୍କ ବନ୍ଦ ଘରକୁ ତାଲା ପକାଇଥିଲେ । ପରେ ନୀମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ପରେ କିଛି ଖଳ ପ୍ରକୃତିର ଲୋକେ ସୋସିଆଲ ମିଡିଆରେ ସମାଜସେବୀ ଗଙ୍ଗାଧର ପାତ୍ରଙ୍କୁ ନେଇ ଭିନ୍ନ ଭିନ୍ନ ଆରୋପ ଲଗାଇଥିବା ମଧ୍ୟ ଜଣାପଡ଼ିଛି । ଏହାକୁ ନେଇ ସେହି ସମାଜସେବୀ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଏହି ସମସ୍ତ ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଏହି ଠକେଇ ମାମଲାରେ ପୋଲିସ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#ଗଞ୍ଜାମ
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike