ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କ ନିୟମ କୁ ମାନୁ ନାହାନ୍ତି ସରପଞ୍ଚ !


ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଳାପାଳ ଙ୍କ ନିର୍ଦେଶ କୁ ଅବମାନନା ! ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳ ର ମାଣିକିଆ ପଞ୍ଚାୟତ ର ରାୟପୁର ଗ୍ରାମ ର ଷ୍ଟ୍ରିଟ ଲାଇଟ ଗୁଡିକ ଦୀର୍ଘ ଦିନ ରୁ ଅଚଳ ହୋଇ ପଡ଼ିଥିଲା ଏବଂ ଏ ନେଇ ଜନତା ଜାଗରଣ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ମଧ୍ୟ ଅବଗତ କରାଯାଇଥିଲା ! ତେବେ ପୁନଃ ଷ୍ଟ୍ରିଟ ଲାଇଟ ଗୁଡିକୁ କାର୍ଯ୍ୟକ୍ଷମ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ତରଫରୁ ଆସିଥିବା ନୋଟିସ କୁ ହେୟଜ୍ଞାନ କରିଛନ୍ତି ମାଣିକିଆ ପଞ୍ଚାୟତ କାର୍ଯ୍ୟାଳୟ ! ଷ୍ଟ୍ରିଟ ଲାଇଟ ଆଜିକୁ ତିନି ମାସ ତଳେ ଯେଉଁ ପରି ଅବସ୍ଥା ରେ ଥିଲା ଏବେ ବି ସେଇ ଅବସ୍ଥା ରେ ଅଛି ! ରାସ୍ତା ଉପରେ ଅନ୍ଧାର ରେ ଗୋରୁ ଗାଈ ଏବଂ ବନ୍ୟ ଜନ୍ତୁ ଙ୍କ ପାଇଁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି ତେବେ ସବୁ ଜାଣି ଚୁପ ବସିଛନ୍ତି ସ୍ଥାନୀୟ ସରପଞ୍ଚ ! ତେବେ କାହିଁକି ସରକାରୀ ନିୟମ କୁ ସ୍ଥାନୀୟ ସରପଞ୍ଚ ପାଳନ ନ କରିବା ପାଇଁ ନିଷ୍ପତ୍ତି ନେଲେ ତାହା ନିଶ୍ଚୟ ବିଚାର ସାପେକ୍ଷ ! ଅପରପକ୍ଷ ରେ ଯଦି ଷ୍ଟ୍ରିଟ ଲାଇଟ କାର୍ଯ୍ୟକ୍ଷମ କରା ନ ଯାଏ ତେବେ ପୁନଃ ଜିଲ୍ଳାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଯିବା ନେଇ ଜନତା ଜାଗରଣ ର ସଭାପତି ସୋନା ବାନାର୍ଜୀ ସୂଚନା ଦେଇଛନ୍ତି ।


ରିପୋର୍ଟ :- ଲିଲନ କୁମାର ଜେନା 

ଜନତା ଜାଗରଣ


#ମାଣିକିଆ #Raypur #Puri
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike