ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ।

 



ଘର ଭିତରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ ମହିଳା ଜଣକ ହେଲେ କଟକ ଜିଲ୍ଲା ଜଗତପୁର ଥାନା ଚମ୍ପତି ଗ୍ରାମର ୫୬ ବର୍ଷୀୟ ଅମଜାଦ ବିବି। ଇଦ ପର୍ବ ଉପଲକ୍ଷେ ଘରେ କେହି ନଥିବା ବେଳେ ଅମଜାଦ ବିବି ଘରେ ଏକୁଟିଆ ଥିଲେ। ନାତି ଘରକୁ ଆସି ରାତ୍ରିରେ ଖାଇବାକୁ ଦେଇ ପଦାକୁ ଆସିଥିଲାବେଳେ ଘର ଭିତରୁ ଚାରିଜଣ ଯୁବକ ବାହାରକୁ ବାହାରି ଘଟଣା ସ୍ଥଳରୁ ଦୌଡ଼ିପଳେଇ ଯାଇଥିଲେ। ନାତି ଘରଭିତରକୁ ଯାଇ ବୁଢ଼ୀମା ଅମଜାଦ ବିବି ର ମୃତଦେହ ଦେଖିବକୁ ପାଇଥିଲା। ଅମଜାଦ ବିବିଙ୍କ ସନ୍ଧେହ ଜନକ ମୃତ୍ୟୁକୁ ନେଇ ଜଗତପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଂଚି ଶବକୁ ଜବତ କରି ଏକ ମାମଲା ରୁଜୁକରି ଏହା ହତ୍ୟା ନା ଆତ୍ମହତ୍ୟା ଶବବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। 


ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#Cuttack

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike