ବିଧାନସଭା ରେ ଯମୁନାବନ୍ଧ ପ୍ରସଙ୍ଗ !


 ଯମୁନାବନ୍ଧ ପାଇଁ ଜନତା ଜାଗରଣ ର ଲଢେଇ କୁ ମିଳିଛି ଆଉ ଏକ ସଫଳତା । ମାନ୍ୟବର ଆଠଗଡ ତିଗିରିଆ ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଦ୍ୱାରା ବିଧାନ ସଭା ରେ ଯମୁନାବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କୁ ନେଇ ଉଠା ଯାଇଛି ପ୍ରଶ୍ନ ! ତେବେ ବିଧାୟକ ଙ୍କ ପ୍ରଶ୍ନ ର ଉତ୍ତର ରେ ଉତ୍ତର ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ । କଟକ ଜିଲ୍ଲା ର ଅନେକ ଜଳସେଚ ପ୍ରକଳ୍ପ ସମ୍ବନ୍ଧରେ ପ୍ରାକ ସୂଚନା ଦେବା ସହିତ ଯମୁନାବନ୍ଧ ପ୍ରକଳ୍ପ ର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହିତ ଆବଶ୍ୟକୀୟ ସୂଚନା ପ୍ରଦାନ ସହିତ ଏହା କୁ ଜବରଦଖଲ ମୁକ୍ତ ମଧ୍ୟ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ! ତେବେ ଏହି ଖବର ପାଇବା କ୍ଷଣି ଜନତା ଜାଗରଣ ସଭାପତି ସୋନା ବାନାର୍ଜୀ ମାନ୍ୟବର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମହୋଦୟ ଙ୍କ ର ଜନ ହିତକର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଜଣାଇବା ନେଇ ସ୍ପଷ୍ଟ କରିଛନ୍ତି ।


ରିପୋର୍ଟ :- ସୋନା ବାନାର୍ଜୀ 

ଜନତା ଜାଗରଣ


#ଯମୁନାବନ୍ଧ #ତିଗିରିଆ

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike