ସୁନ୍ଦରଗଡ଼ ରେ ରନ୍ଧନ ଗ୍ୟାସ ପାଇଁ ରାସ୍ତା ରୋକ !


 ରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ୍। ସୁନ୍ଦରଗଡ ସହରରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ସୁନ୍ଦରଗଡ ସହର ବାଇପାସ୍ ରାସ୍ତାରେ ଥିବା ଇଣ୍ଡେନ ଗ୍ୟାସ ଗୋଦାମ ନିକଟରେ ରାସ୍ତାରେ ସିଲିଣ୍ଡର ରଖି ଲୋକ ରାସ୍ତା ଅବରୋଧ କରିଛନ୍ତି । ଲୋକଙ୍କ କହିବା କଥା ଯେ ଗତ ୪ ଦିନ ହେଲା ଗ୍ୟାସ ମିଳୁନାହିଁ । ପ୍ରତିଦିନ କିଏ ସକାଳ ୪ଟା ରୁ ତ କିଏ ୫ ଟାରୁ ଆସି ଗ୍ୟାସ ପାଇଁ ଜଗୁଛନ୍ତି । ପ୍ରତିଦିନ ଖାଲି ହାତରେ ଫେରିବା ଯୋଗୁଁ ଆଜି ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଗ୍ୟାସ ନମିଳିବା ଯାଏଁ ରାସ୍ତାରୋକରୁ ହଟିବୁ ନାହିଁ ବୋଲି କହିଛନ୍ତି ଖାଉଟି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#LPG #Strike #Odisha

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike