ମଧ୍ୟାହ୍ନ ଭୋଜନ କୁ ଏଲପିଜି ଚିନ୍ତା !



 #ଗ୍ୟାସ_ସମସ୍ୟା_ଯୋଗୁଁ_ମଧ୍ୟାହ୍ନ_ଭୋଜନ_ପ୍ରଭାବିତ_ଆଶଙ୍କା

ମଧ୍ଯପ୍ରାଚ୍ୟ ରେ ଚାଲିଥିବା ମହାସମର ଯୋଗୁଁ ତୈଳ ସହ ଗ୍ୟାସ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଧରାକୋଟ ବ୍ଲକର ମୋଟ 125 ଗୋଟି ବିଦ୍ୟାଳୟରେ 15108 ଜଣ ଛାତ୍ର ଛାତ୍ରୀ ପ୍ରତିଦିନ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ସରକାରୀ ନିୟମ ପ୍ରକାରେ ଗ୍ୟାସ ସିଲିଣ୍ଡର ସହାୟତାରେ ରୋଷେଇ ପାଇଁ ବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁସନ୍ଧାନ ରୁ ଜଣାଯାଇଛି ବ୍ଲକର 118 ବିଦ୍ୟାଳୟ ରେ ଗ୍ୟାସ ସଂଯୋଗ ରହିଛି । ସଂପ୍ରତି ଆମେରିକା,ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଗ୍ୟାସ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାର ସମ୍ଭାବନା ଦେଖା ଦେଲାଣି । ଅନ୍ୟ ପକ୍ଷରେ ରାଜ୍ୟ ନୋଡାଲ ଅଧିକାରୀ ବି ଇ ଓ ମାନଙ୍କୁ ତୁରନ୍ତ ପ୍ରତି ମାସରେ କେତୋଟି ସିଲିଣ୍ଡର ସମସ୍ତ ବିଦ୍ୟାଳୟ ଗୁଡ଼ିକ ପାଇଁ ଆବଶ୍ୟକ ଜଣାଇବାପାଇଁ ଚିଠି ଲେଖିଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟାଳୟ ଗୁଡିକରେ ଗ୍ୟାସ ର ବିକଳ୍ପ ଭାବରେ କାଠ ବ୍ୟବହାର ଏକ ମାତ୍ର ପନ୍ଥା ହୋଇଥିବା ବେଳେ ଏଥିପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇଛି । ଘଟଣା ସମ୍ପର୍କରେ ବି ଇ ଓ ରମେଶ ଚନ୍ଦ୍ର ସାହୁ ଙ୍କ ସହ ଯୋଗାଯୋଗ ବେଳେ ଗ୍ୟାସର ଅଭାବ ସମ୍ପର୍କରେ ଆମକୁ କେହି ଅଭିଯୋଗ କରି ନାହାନ୍ତି,କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବନାହିଁ,ବିଦ୍ୟାଳୟ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିବେ,ପରିସ୍ଥିତି ପ୍ରତି ଆମେ ନଜର ରଖିଛୁ ବୋଲି ପ୍ରକାଶ କରିଛନ୍ତି। ଏଣୁ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ମାନେ ଏଥିପ୍ରତି ଆଗୁଆ ସଚେତନ କେତେଦୂର ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 


ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#Ganjam #ଧରାକୋଟ

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike