ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ କାନଗିରିଡି ଗ୍ରାମରେ ନୂତନ ଭାବରେ ନିର୍ମିତ ମା ଦଣ୍ଡକାଳି ମହାଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି ।



ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ କାନଗିରିଡି ଗ୍ରାମରେ ନୂତନ ଭାବରେ ନିର୍ମିତ ମା ଦଣ୍ଡକାଳି ମହାଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରା ରୋପଣ ପରେ ଆଜି ଶନିବାର ଦିନ ନାମ କର୍ମ ଆରମ୍ଭ, ସଂସ୍କାର,ବ୍ରାହ୍ମଣ ବରଣ ପରେ ନାମଯଜ୍ଞ ଓ ଅନ୍ନ ପ୍ରସାଦ ଆରମ୍ଭ ହୋଇଛି । ଏହା ଦୀର୍ଘ ପାଞ୍ଚ ଦିନ ଧରି ଚାଲିବ । ଆସନ୍ତା 25 ତାରିଖ ଦିନ ମହାଦେବୀ ଙ୍କ ସିଂହାସନ ଆରୋହଣ ପରେ ପୂର୍ଣ୍ଣାହୂତି ପ୍ରଦାନ କରି ଜ୍ଞାନଯଜ୍ଞ ର ସମାପନ ହେବ । ଏଥିରେ କର୍ତ୍ତା ଭାବରେ ଅଶୋକ ପଣ୍ଡା,ଦୟାନିଧି ପ୍ରଧାନ, ସିମାଞ୍ଚଳ ପଣ୍ଡା, ସୁବାସ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା,ସୁଧାଂଶୁ ଶେଖର ମହାରଣା ଓ କଂଗ୍ରେସ ଗୌଡ଼ ଦାୟିତ୍ଵ ତୁଲାଉଛନ୍ତି । ପ୍ରତିଷ୍ଠା ଉତ୍ସବ ରେ ପଣ୍ଡିତ କୈଳାସ ଚନ୍ଦ୍ର ମିଶ୍ର,ମୁନା ମିଶ୍ର,ପବିତ୍ର ମିଶ୍ର ,ଜଗଦୀଶ ମିଶ୍ର,ଅଶ୍ଵିନୀ ଷଡ଼ଙ୍ଗୀ, ଚନ୍ଦ୍ର ପାଣି ମିଶ୍ର, କାଳୁଚରଣ ମିଶ୍ର,ମନୋରଞ୍ଜନ ମିଶ୍ର,ଅବନୀ ମିଶ୍ର,ପ୍ରଦୀପ ମିଶ୍ର,ମନୋଜ ମିଶ୍ର,ରଶ୍ମି ମହାପାତ୍ର ଓ ଭଗବତୀ ମିଶ୍ର ଯଜ୍ଞ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । କାନଗିରିଡି ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରୁଛନ୍ତି । 


ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#Ganjam #Kanrigidi
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike