ସରକାରୀ ଯୋଜନା ରୁ ବଞ୍ଚିତ ମହିଳା ପାଲଟିଲେ ଦାଦନ !

 

ବୈପାରିଗୁଡ଼ା: ମୌଳିକ ସୁବିଧାରୁ ବଞ୍ଚିତ ହୋଇ ତିନି ଝିଅଙ୍କୁ ଧରି ଆନ୍ଧ୍ର ପ୍ରଦେଶରେ ଦାଦନ ଖଟିବାକୁ ଯାଇଛନ୍ତି ଜଣେ ବିଧବା ମହିଳା ତଳନ୍ତି କନ୍ଦପାନ । ତଳନ୍ତି କନ୍ଦପାନଙ୍କୁ ନା ମିଳୁଛି ବିଧବା ଭତ୍ତା, ନା ମିଳିଛି ମଙ୍ଗଳ ପରିବାର ଯୋଜନା, ନା ପରିବାରଙ୍କୁ ମିଳୁଛି ରାସନ ଚାଉଳ । ଏ ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ। ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ବିଧବା ମହିଳାଙ୍କ ପରିବାର। ସ୍ଵାମୀ ମୃତ୍ୟୁବରଣ କରିବାର ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳୁନି ବିଧବା ଭତ୍ତା । ପାଖରେ ତିନୋଟି ଝିଅକୁ ଧରି ଦୁଃଖ କଷ୍ଟରେ ମାଟି କୁଡ଼ିଆରେ ଚଳି ଆସୁଛରି ତଳନ୍ତି କନ୍ଦପାନ । ଏହି ପରି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧୀନସ୍ଥ ଜି.ମାଝୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଡ଼ିଆ ଗୁଡ଼ା ଗ୍ରାମରେ । ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଧବା ଓ ବୃଦ୍ଧାମାନଙ୍କ ପାଇଁ ବାର୍ଧକ୍ୟ ଭତ୍ତା ଯୋଜନା କରିଛନ୍ତି କିନ୍ତୁ ରାଜ୍ୟ ସରକାର ଙ୍କ ଏବଂ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ଯୋଗୁଁ ଗରିବ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଝଡ଼ିଆ ଗୁଡ଼ା ଗ୍ରାମର ତଳନ୍ତି କନ୍ଦପାନଙ୍କ ସ୍ଵାମୀ ବନନ୍ତ କନ୍ଦପାନ ପ୍ରାୟ ଏକବ ର୍ଷ ତଳେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ସ୍ଵାମୀଙ୍କ ମୃତ୍ୟୁ ପରେ ତଳନ୍ତି କନ୍ଧପାନ ମୃତ୍ୟୁ ପ୍ରମାଣପତ୍ର ପାଇଁ ବୈପାରିଗୁଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରରେ ଆବେଦନ କରିଛନ୍ତି । ଆବେଦନ କରିବାର ପ୍ରାୟ ଛଅ ମାସରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତତ ଳନ୍ତି ଙ୍କୁ ମିଳି ନାହିଁ ମୃତ୍ୟୁ ପ୍ରମାଣପତ୍ର । ମୃତ୍ୟୁ ପ୍ରମାଣପତ୍ର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ । ସେହିପରି ତିନୋଟି ଝିଅ ସହ ଚଳିବାକୁ ଅସୁବିଧା ହେଉଥ‌ିବାରୁ ରାସନ ଚାଉଳ କାର୍ଡ ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ । କିନ୍ତୁ ତଳନ୍ତି ଙ୍କୁ ଆଜି ପର୍ଯ୍ୟନ୍ତ ମିଳୁନାହିଁ ରାସନ ଚାଉଳ କାର୍ଡ କିମ୍ବା ଆବାସ ଗୃହ ! ତଳନ୍ତି ଙ୍କ ଶାଶୂଙ୍କୁ ମିଳୁଛି ମାତ୍ର ୧୦୦୦ ଟଙ୍କା ବିଧବା ଭତ୍ତା ଓ ୫ କେଳି ଚାଉଳ। ସେଥିରେ ପରିବାର ପୋଷଣ ବାଧାପ୍ରାପ୍ତ ହେବାରୁ ସେ ବାଧହୋଇ ଶାଶୂ ଓ ତିନୋଟି ଝିଅକୁ ଧରି ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି । ତିନୋଟି ଝିଅର ଭବିଷ୍ୟତ ପାଇଁ ଚିନ୍ତାରେ ରହିଛନ୍ତି ତଳନ୍ତି । ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ବିଧବା ମହିଳାଙ୍କୁ ଯଥାଶୀଘ୍ର ମଙ୍ଗଳ ପରି ବାର ଯୋଜନା, ବିଧବା ଭତ୍ତା ଯୋଗାଇ ପରିବାରଙ୍କୁ ରାସନ ଚାଉଳ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#Dadan #koraput

Comments