ଯୁଯୁମୁରା ନାବାଳିକା ନିଖୋଜ ଘଟଣା !


 ନାବାଳିକା ନିଖୋଜ ଘଟଣା


୩ ମାସ ପରେ ବି ପୁଲିସ ପାଉନି ସନ୍ଧାନ


ସମ୍ବଲପୁର, ୧୨/୩: ଗତବର୍ଷ ଡିସେମ୍ବର ୧୦ ତାରିଖରେ ଯୁଯୁମୁରା ଥାନାଞ୍ଚଳର ଜଣେ ନାବାଳିକା ସ୍କୁଲକୁ ଯାଇ ଘରକୁ ଫେରିନଥିବା ଘଟଣାରେ ତ୍ବରିତ କାର୍ଯ୍ୟନୁଷ୍ଠାନ ଦାବିରେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର ଲୋକେ। ଘଟଣା ସମ୍ପର୍କରେ ସେତେବେଳେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। କିନ୍ତୁ ଅଭିଯୋଗକୁ ଇତି ମଧ୍ୟରେ ୩ ମାସରୁ ଅଧିକ ସମୟ ହୋଇଥିଲେ ହେଁ ୟୁଯୁମୁରା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ପରିବାର ଲୋକେ ଅତିରିକ୍ତ ଏସପି ଅଜୟ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି । ନାବାଳିକାର ମା'ଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ଘରୁ ସ୍କୁଲକୁ ବାହାରି ଆଉ ସେ ଫେରିନଥିଲେ। ବହୁତ ଖୋଜାଖୋଜି କରିବା ପରେ ତାଙ୍କ ଝିଅକୁ କୌଣସି ପୁଅ ଅପହରଣ କରିନେଇଥିବା ସେମାନେ ଜାଣିବାକୁ ପାଇଥିଲେ। ପରେ ଝିଅର ଫୋନରୁ ଉକ୍ତ ପୁଅର ଫଟୋ ସହିତ ନମ୍ବର ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ପୁଅ ଘର ବଲାଙ୍ଗୀର ଜିଲ୍ଲାରେ ବୋଲି ଜାଣିଥିଲା। କିନ୍ତୁ ଏହାପରେ ପୁଲିସ କେବଳ ତଦନ୍ତ କରୁଥିବା ନେଇ କହୁଥିବା ବେଳେ ଝିଅର ପତ୍ତା ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଅତିରିକ୍ତ ଶ୍ରୀ ମିଶ୍ରଙ୍କୁ ପଚାରିବାରେ, ଘଟଣାଟି ତଦନ୍ତ ପରିସରଭୁକ୍ତ ଥିବା ବେଳେ ଖୁବ ଶୀଘ୍ର ଝିଅକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।

ରିପୋର୍ଟ :-ପିଙ୍କୁନ ଜେନା 

ଜନତା ଜାଗରଣ 


#ଯୁଯୁମୁରା #ବଲାଙ୍ଗୀର

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike