ପ୍ରେମିକା କୁ ଭେଟିବା ପାଇଁ ଯାଇ ଖୁଣ୍ଟି ରେ ବନ୍ଧା ହୋଇ ମାଡ଼ ଖାଇଲେ ପ୍ରେମିକ !


 ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାର ବରଖେଡା ଥାନା ଅଞ୍ଚଳରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ପରିବାର ଲୋକେ ବିଦ୍ୟୁତ୍ ଖୁଟିରେ ବାନ୍ଧି ନିର୍ମମଭାବେ ପିଟିଥିଲେ। ଘଟଣାର ତିନି ଦିନ ପରେ ଏହାର ଭିଡିଓ ଭାଇରାଲ୍ ହେବା ପରେ ପୀଡିତଙ୍କ ପିତା ପୁଲିସଙ୍କୁ ଲିଖିତ ଅଭିଯୋଗ ଦେଇ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ପୁଲିସ ପୀଡିତଙ୍କ ପିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଝିଅ ପକ୍ଷର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଥାନା ଅଞ୍ଚଳର ପୌଟା କଳା ଗ୍ରାମର ୨୨ ବର୍ଷୀୟ ଆରିଫଙ୍କୁ ଖମରିଆ ଗ୍ରାମରେ କିଛି ଲୋକ ମାରପିଟ କରିଥିଲେ। ପୀଡିତଙ୍କ ପିତା ଶଫିକ୍ ଶାହ କହିଛନ୍ତି ଯେ, ତାଙ୍କ ପୁଅ ୨୪ ମାର୍ଚ୍ଚ ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଦୌଡ଼ିବା ପାଇଁ ଘରୁ ବାହାରିଥିଲା। ସେ ସମୟରେ କିଛି ଲୋକ ତାଙ୍କୁ ରାସ୍ତାରେ ଅଟକାଇ ଖମରିଆ ଷ୍ଟେସନ୍ ନିକଟରେ ଖୁଟିରେ ବାନ୍ଧି ଲାତ-ଘୁଞ୍ଚା ଏବଂ ଲାଠିରେ ପିଟିଥିଲେ। କେମିତି ଯେ ଯୁବକ ଅଭିଯୁକ୍ତମାନଙ୍କ ହାତରୁ ଛୁଟି ପରିବାର ସଦସ୍ୟଙ୍କ ପାଖକୁ ପହଞ୍ଚି ଘଟଣା ବିଷୟରେ ସୂଚନା ଦେଇଥିଲେ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ

 ଜନତା ଜାଗରଣ 

#Up #pilbhit

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike