ସମ୍ବଲପୁର ରେ ବେଆଇନ ଗ୍ୟାସ ସିଲିଣ୍ଡର ଜବତ !


 #ବେଆଇନ_ଗ୍ୟାସ_ସିଲିଣ୍ଡର_ଜବତ

ଏବେ ଯୁଦ୍ଧ ପାଇଁ ସବୁଆଡେ ଗ୍ୟାସର ଅଭାବ ଯୋଗୁଁ କିଛି ଅସାଧୁ ବ୍ୟକ୍ତି ଏହାର ଫାଇଦା ଉଠାଇବା ପାଇଁ ବେଆଇନ ଭାବେ ଉଚ୍ଚା ଦରରେ ଗ୍ୟାସ ସିଲିଣ୍ଡର ବିକ୍ରି କରିବା ପାଇଁ ମସୁଧା ଚଳାଇଛନ୍ତି। ଏହି ସମୟରେ ବେଆଇନ ଗ୍ୟାସ ସିଲିଣ୍ଡର ଜବତ କରିଛି ସମ୍ବଲପୁର - ବୁର୍ଲା ପୋଲିସ। ବୁର୍ଲା ମେଟାକାଣୀ ଢାବା ନିକଟରେ ଏକ ବୋଲେରୋ ପିକଅପ୍ ଭ୍ୟାନ ଓଲଟି ପଡିବା ପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଲେ ବୁର୍ଲା ମାର୍କେଟ ଅଞ୍ଚଳର ମନ୍ଥନ ପ୍ରସାଦ ମାହାତୋ। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କର ଅଟାଚକିପଡ଼ା ଅଞ୍ଚଳରେ ଏକ ଗୋଦାମ ରହିଛି ଏବଂ ସେ ବିନା ବୈଧ କାଗଜପତ୍ରରେ ଏହି ବ୍ୟବସାୟ କରୁଥିଲେ।ବୁର୍ଲା ପୋଲିସ କେସ୍ ନମ୍ବର ୧୨୬/୨୦୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି। ତେବେ କେବଳ ବୁର୍ଲା କାହିଁକି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବେଆଇନ ଗ୍ୟାସ ଗୋଦାମ ରହିଥିବା ସୂଚନା ମିଳିଛି। ଯଦି ଆପଣଙ୍କ ଅଂଚଳରେ ବେଆଇନ ଭାବେ ଗ୍ୟାସ ଗୋଦାମ ରହିଛି ଓ ଅଧିକ ରେଟରେ କେହି ଯଦି ଗ୍ୟାସ ସିଲିଣ୍ଡର ବିକ୍ରୟ କରୁଛି ତାହେଲେ ପୋଲିସ ଓ ଯୋଗାଣ ବିଭାଗକୁ ଖବର ଦିଅନ୍ତୁ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ


#IllegalLPG #Sambalpur

Comments