ଗଞ୍ଜାମ ଜିଲ୍ଲା ରେ ଗଞ୍ଜେଇ ଚୋରା ଚାଲାଣ ଧରାପଡ଼ିଲା !

 


ବ୍ରହ୍ମପୁର : ଆଜି ପୁର୍ବାହ୍ନ ପ୍ରାୟ ସକାଳ ୪ଟା ସମୟରେ ବ୍ରହ୍ମପୁର EI&EB ଟିମ୍‌ ଦ୍ୱାରା NH-16 ର ସୋରଳା ଜଙ୍କସନ୍‌ ନିକଟରେ ଗଞ୍ଜେଇ ଚୋରା ଚାଲାଣ ଧରାପଡ଼ିଛି । ଏହି ଅଭିଯାନରେ ମୋଟ ୧୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ଘଟଣାସ୍ଥଳରୁ

ତାମିଲନାଡୁ ନମ୍ବର ଥିବା ଗୋଟିଏ ଟାଟା ଏଇଚର କଣ୍ଟେନର,

ଓଡ଼ିଶା ନମ୍ବର ଥିବା ଦୁଇଟି ମାରୁତି ଡିଜାୟର କାର,

ଗୋଟିଏ ହିରୋ ଗ୍ଲାମର ବାଇକ,

୫ଟି ମୋବାଇଲ ଫୋନ ଜବତ କରାଯାଇଛି ।

ଏହି ଘଟଣାରେ ତାମିଲନାଡୁର କଣ୍ଟେନର ଡ୍ରାଇଭର ସହିତ ଗଜପତି ଜିଲ୍ଲାର ୫ ଜଣକୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗଜପତି ଜିଲ୍ଲାରୁ ଗଞ୍ଜେଇ ଆଣି NH-16 ମାର୍ଗରେ ତାମିଲନାଡୁକୁ ଚୋରା ଚାଲାଣ କରିବାର ଯୋଜନା ଥିଲା ।

ପଚରା ଉଚୁରା ବେଳେ କଣ୍ଟେନର ଡ୍ରାଇଭର କହିଛନ୍ତି ଯେ, ସେ କଲକାତାରୁ ଭୁବନେଶ୍ୱରକୁ ବିସ୍କୁଟ (କେକ୍) ନେଇ ଆସିଥିଲେ ଏବଂ ଫେରିବା ସମୟରେ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିଲେ ।

ଏହି ଗଞ୍ଜେଇ ଚୋରା ଚାଲାଣ ରେ ଆଉ କେହି ଜଡିତ ଅଛନ୍ତି କି ନାହିଁ, ସେଥିପାଇଁ ତଦନ୍ତକାରୀ ଅଧିକାରୀମାନେ ଅଧିକ ତଦନ୍ତ ଜାରି ରଖିଛନ୍ତି ।


ରିପୋର୍ଟ :- ଗଣେଶ ପାଣିଗ୍ରାହୀ 

ଜନତା ଜାଗରଣ 


#Ganjam #Marijuana

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike