ଗଞ୍ଜାମ ଜିଲ୍ଲା ଧରାକୋଟ ରେ ପାଣି ପାଇଁ ସଂଘର୍ଷ !
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳ କହିଲେ ସାବା ଓ ବଳରାମ ପୁର ପଞ୍ଚାୟତ ର କେତେକ ଗ୍ରାମକୁ ବୁଝାଏ। ସ୍ବାଧୀନତାର 80 ବର୍ଷ ପରେ ମଧ୍ୟ ଏବେବି ସେଠି ବସବାସ କରୁଥିବା ଲୋକେ ବହୁବିଧ ସମସ୍ୟାର ସମ୍ମୁଖୀନ ! ବିଶେଷ କରି ନିତିଦିନିଆ ରାସ୍ତା ନଥିବାରୁ ସବୁ ସମସ୍ୟାକୁ ବଳି ଯାଇଛି ସେଠାକାର ପିଇବା ପାଣି ସମସ୍ୟା । ବଳରାମପୁର ପଞ୍ଚାୟତ ର ଗୁଡୁରୁ ଗୁମା, ଝିରଝିରା ଓ ସାବା ପଞ୍ଚାୟତ ର କଞ୍ଜିଆମ୍ବ, ତୋରାଣିପାଣି , ନାକିଆମ୍ବ ,ଖଜୁରୀ ଝୋଲା,ପିଲି ପଦର, ଗୋଛାଗୁଡା, ବେତବଣ ପ୍ରଭୃତି ଗାଁକୁ ନିତିଦିନିଆ ରାସ୍ତା ନାହିଁ । ଏଣୁ ସେହିସବୁ ଗାଁକୁ ବୋର ଖୋଲିବା ଗାଡି ପହଞ୍ଚିପାରୁ ନାହିଁ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କେତେକ ପଡା ଗ୍ରାମରେ ସାନିଟାରୀ ୱାଲ କରାଯାଇଥିଲା ମଧ୍ୟ ଏହା ଜଳ ଆବଶ୍ୟକ ଯୋଗାଣ କରିପାରୁନାହିଁ । ଯାହା ଫଳରେ ଲୋକେ ଝରଣା ପାଣିକୁ ଗାଧୁଆ,ରୋଷେଇ, ଲୁଗା ସଫା ଓ ନିଜର ଫସଲ ଚାଷ ପାଇଁ ବ୍ୟବହାର କରୁଛନ୍ତି । ଏଣୁ ଏହି ଜଳ ଦୂଷିତ ହୋଇ ସଂକ୍ରାମକ ରୋଗ ବ୍ୟାପିବାର କାରଣ ହୋଇଛି । ରାଜ୍ୟ ସରକାର ପକ୍ଷରୁ ରାଜ୍ୟ ସାରା ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ପାନୀୟ ଜଳ ର ସମସ୍ୟା ନେଇ ବିଧାନସଭା ରେ ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି l ଏପରିକି ମେଗା ଜଳ ପ୍ରକଳ୍ପ ନାମରେ ଆହୁରି ଅନେକ ଦିନ ଘର ଘର ଜଳ ବା ହର ଘର ଜଳ ମିଳିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା l ଏହି ଅଂଚଳ ର ପାନୀୟ ଜଳ ସମସ୍ୟା ଉପରେ ଗ୍ରାମ୍ୟ ଜଳ ପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ ଇ. ଦୀପ୍ତଂଶୁ ପରିଡା ଏବଂ ସହକାରୀ ଯନ୍ତ୍ରୀ ଇ. ଚିନ୍ମୟୀ ରାଉତ ଙ୍କ ସହ ଯୋଗାଯୋଗ ବେଳେ ବିଭାଗ ପକ୍ଷରୁ ବ୍ଲକର ଘାଟି ଅଞ୍ଚଳର ଗାଁ ଗୁଡିକ ପାଇଁ ୧୭ ଗୋଟି ସୋଲାର ପମ୍ପ ପ୍ରକଳ୍ପ ପାଇଁ ପ୍ରସ୍ତାବ ଉପରସ୍ଥ ଅଧିକାରୀଙ୍କୁ ଦିଆଯାଇଛି l ଆଉ କେତେ ଗ୍ରାମକୁ ରାସ୍ତା ନଥିବାରୁ ଗାଡି ଯାତାୟାତ ପାଇଁ ବ୍ୟବସ୍ଥା ନଥିବାରୁ ବୋର ଖୋଳିବାରେ ଅସୁବିଧା ଦେଖା ଦେଇଛି ବୋଲି ପ୍ରକାଶ କରିଛନ୍ତି l ଖୁବ ଶୀଘ୍ର ଏହି ଅଞ୍ଚଳରେ ଆମେ ପହଞ୍ଚି ସ୍ଥିତି ପରଖିବୁ ବୋଲି ପ୍ରକାଶ କରିଛନ୍ତି।
ରିପୋର୍ଟ :- ଗଣେଶ ପାଣିଗ୍ରାହୀ
ଜନତା ଜାଗରଣ
#Ganjam #Dharakote



Comments
Post a Comment