ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୯ ମାସ ର ଶିଶୁ ପାଇଁ ୯ ବର୍ଷ ପିଲାର ଔଷଧ ଲେଖିଲେ ଡାକ୍ତର !


 #ଗୋପ_ଗୋଷ୍ଠୀ_ସ୍ବାସ୍ଥ୍ୟକେନ୍ଦ୍ର 

ପୁରୀ ଜିଲ୍ଲାର ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଗୁରୁତର ଚିକିତ୍ସା ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଜଣେ ୯ ମାସ ବୟସର ଶିଶୁଙ୍କୁ ପ୍ରେସକ୍ରିପସନ୍ ଲେଖିବା ସମୟରେ ଭୁଲବଶତଃ ତାଙ୍କ ବୟସ ୯ ବର୍ଷ ଭାବେ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗୋପ ବ୍ଲକ୍ ଅନ୍ତର୍ଗତ ତରଙ୍ଗିରା ଗ୍ରାମର ବାନାମ୍ବର ମାଝୀଙ୍କ ୯ ମାସର ଝିଅ ଆଦିତ୍ୟା ମାଝୀ ଅସୁସ୍ଥ ହେବାରୁ ପରିବାରଲୋକେ ତାଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତରଙ୍କ ପକ୍ଷରୁ ପ୍ରେସକ୍ରିପସନ୍ ଲେଖିବା ସମୟରେ ଶିଶୁର ବୟସ କୁ ଭୁଲରେ ୯ ବର୍ଷ ଲେଖାଯାଇଥିବା ଏବଂ ସେହି ଅନୁଯାୟୀ ଅଧିକ ବୟସର ଶିଶୁଙ୍କ ପାଇଁ ଉପଯୁକ୍ତ ଔଷଧ ଓ ଡୋଜ୍ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#Gop #Puri

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike