୩ ଆନ୍ତଃ ଜିଲ୍ଲା ଡକାୟତ ଗିରଫ !



 କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପୋଲିସ ୩ ଜଣ ଆନ୍ତଃଜିଲ୍ଲା ଡକାୟତ ସହ ସୁନା କିଣା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ଠାରୁ ୧୦୫ ଗ୍ରାମ ସୁନା ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥିସହ ୪୫୦ଗ୍ରାମ ରୁପା, ୨ଟି ଲାପଟପ, ୩ଟିମୋବାଇଲି, ୧ଲକ୍ଷ ୧୦ ହଜାର ଟଙ୍କା, ୧କ୍ୟୁଇଣ୍ଟାଲ ଓଜନର କଂସାବାସନ,ଗୋଟିଏ ଭୁଜାଲି ସହ ଡକାୟତି ଘଟଣାରେ ବ୍ୟବହାର କରିଥିବା ମହିନ୍ଦ୍ରା କାର ଜବତ କରିଥିବା ନେଇ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପରିସରରେ ଏସ୍ଡିପିଓ ଙ୍କ ପ୍ରେସ ମିଟରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନିଶ୍ଚିନ୍ତକୋଇଲି ଥାନା କେଶ ନଂ୮୯/୨୦୨୬ରେ ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ଗ୍ରାମରେ ନାରାୟଣ ସେନାପତି ଘରୁ ଡକାୟତି ଘଟଣାର ଅଭିଯୋଗ ପରେ ଏକ ମାମଲା ରଜୁ କରିଥିଲା ନିଶ୍ଚିନ୍ତକୋଇଲି ପୋଲିସ । ଏହି ଘଟଣାରେ କଟକ ଗ୍ରାମଞ୍ଚଳ ଏସ୍ପିଙ୍କ ନିର୍ଦ୍ଦେଶରେ ସାଲେପୁର ଏସ୍ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ କିଶନନଗର ଥାନା ଆଇଆଇସି ଙ୍କୁ ନେଇ ଟିମ ଗଠନ କରାଯାଇ ବିଭନ୍ନ ଅଞ୍ଚଳରେ ଚଡାଉ କରିବା ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଚନ୍ଦନପୁର ଅଞ୍ଚଳର ବୁଦ୍ଧିରାମ ସ୍ୱାଇଁ, ଚାନ୍ଦବାଲି ଥାନା ନୂଆଗାଁ ର ଦିଲ୍ଲୀପ ଦାସ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଂଚଳର ଦେବେନ୍ଦ୍ର କୁମାର ପରିଡାଙ୍କୁ ଗିରଫ କରିଥିବା ବେଳେ ସୁନା କିଣା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ ବଜାର ଟାଉନ ଥାନା ଅଞ୍ଚଳର ସମ୍ପଦରାଓ ଭାନୁଦାସ ଚୋରୁମାଲି କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ଥାନାରେ ବହୁ ମାମଲା ଥିବାବେଳେ ୧୦୫ଗ୍ରାମ ସୁନା ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ଏବଂ ଏଥିସହ ୪୫୦ଗ୍ରାମ ରୁପା, ୨ଟି ଲାପଟପ, ୩ଟିମୋବାଇଲି, ନଗଦ ୧ଲକ୍ଷ ୧୦ହଜାର ଟଙ୍କା, ୧କ୍ୟୁଇଣ୍ଟାଲ ଓଜନର କଂସାବାସନ,ଗୋଟିଏ ଭୁଜାଲି ସହ ଡକାୟତି ଘଟଣାରେ ବ୍ୟବହାର କରିଥିବା ମହିନ୍ଦ୍ରା କାର କୁ ଜବତ କରି କୋର୍ଟ ଚାଲାଣ କରିଛି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#jajpur

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike