ବାଘ ସାଜିଲା ବର ! ମହାରାଷ୍ଟ୍ର ରୁ ସିଧା ଓଡିଶା !



 ବାଘ ସାଜିଲା ବର ! ମହାରାଷ୍ଟ୍ର ରୁ ସିଧା ଓଡିଶା !

ପ୍ରେମ ପାଇଁ ମଣିଷ କିଛି ବି କରି ପାରେ.. କିନ୍ତୁ ପ୍ରେମ ବ୍ୟାପାର ରେ ବାଘ ବି କିଛି କମ ନୁହେଁ ! ନିଜ ପାଇଁ ମନ ଲାଖି ବାଘୁଣୀ ଟିଏ ଖୋଜି ଖୋଜି ମହାରାଷ୍ଟ୍ର ର ଗୋଟିଏ ବାଘ ପ୍ରାୟ ୧୫୦୦ କିମି ଅତିକ୍ରମ କରି ଆସି ଶିମିଳିପାଳ ରେ ପହଂଚିଛି ! ବାଘ ଦେହ ରେ ଲାଗିଥିବା ଟ୍ରାକର ଏବଂ ଆସିଥିବା ବାଟ ର ମ୍ୟାପ ରୁ ଏହି ଘଟଣା ଜଣା ପଡିଛି । ତେବେ ଉଭୟ ମହାରାଷ୍ଟ୍ର ଏବଂ ଓଡିଶା ବନ ବିଭାଗ ଏ ନେଇ ତତ୍ପର ଥିବା ସହ ମହାରାଷ୍ଟ୍ର ରୁ ଆସିଥିବା ଏ ବର ଉପରେ ନଜର ରଖିଛନ୍ତି । ତେବେ କେବେ ବର ନିଜର ସ୍ୱୟଂବର କରିବ ଏବେ ତାହାକୁ ନେଇ ଅପେକ୍ଷା !


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Tiger #similipalnationalpark

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike