ମୋବାଇଲ୍ ଟାୱାର ମରାମତି ବେଳେ ଫସିଲେ କର୍ମଚାରୀ !! ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ ! #Puri #Krushnaprasad








 ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବୃକ୍ ତିତିପ ବଡ଼ସାହି ନିକଟରେ ମୋବାଇଲ୍ ଟାଓ୍ବାର ମରାମତି ସମୟରେ ଜଣେ କର୍ମଚାରୀ ଫସି ଯାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦୀର୍ଘ ଦୁଇ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରିଛନ୍ତି । କର୍ମଚାରୀ ଜଣକ ଗଞ୍ଜାମ ଜିଲ୍ଲା ପୋଲସରା ଗ୍ରାମର ସର୍ବେଶ୍ୱର ବେହେରା ବୋଲି ସୂଚନା ମିଳିଛି।

ନେଟ୍ ୱାର୍କ ସମସ୍ୟା ଦୂର କରିବାକୁ ସର୍ବେଶ୍ୱରଙ୍କ ସହ ଅନ୍ୟ ଦୁଇଜଣ କର୍ମଚାରୀ ୪୦ ମିଟର ଉଚ୍ଚତା ବିଶିଷ୍ଟ ଗୱାର ଉପରକୁ ଚଢ଼ିଥିଲେ। ଦୁଇ ଜଣ କର୍ମଚାରୀ ତଳକୁ ସୁରକ୍ଷିତ ଭାବେ ଫେରିଥିବା ବେଳେ ସର୍ବେଶ୍ୱର ଟାୱାର ଉପରେ ଅଟକି ରହିଥିଲେ । ସହକର୍ମୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ

ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖନର ଦେଇଥିଲେ । ଉଭୟ ବିଭାଗର କର୍ମଚାରୀମାନେ ବହୁ ଚେଷ୍ଟା କରି ସର୍ବେଶ୍ଵରଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଚିକିତ୍ସା ପରେ ସୁବକ ଜଣଙ୍କ ଘରକୁ ଫେରିଛନ୍ତି ।


ରିପୋର୍ଟ :- ପିଙ୍କୁନ ଜେନା

ଜନତା ଜାଗରଣ

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors