ଇଜ୍ଜତ ର ଭୟ ନା ଟଙ୍କା ର ଲୋଭ !


 ସମୁଦ୍ର କୂଳ ରେ ଛୋଟ ଗାଁ ଟିଏ ! ଗାଁ ର ଏକତା କହିଲେ ନ ସରେ ! ସେଥିପାଇଁ ସେହି ଗାଁ ଟି କୁ ଖଣ୍ଡ ମଣ୍ଡଳ ରେ ସମସ୍ତେ ଡରନ୍ତି । ଦୁଃଖ ସୁଖ କେତେ ବାତ୍ୟା ମାଡ଼ ଖାଇ ଆନନ୍ଦ ରେ ଚଳି ଆସୁଥିଲେ ଗ୍ରାମବାସୀ । ଦିନେ ସେଇ ଗାଁ କୁ ବଦଳି ହୋଇ ଆସିଲେ ଜଣେ ବୃଦ୍ଧ ଶିକ୍ଷକ ! ସାର୍ଟ ପ୍ୟାଣ୍ଟ ରେ ଆଇରନ ମଡ଼ା ପୋଷାକ, ଆଖିରେ ଚଷମା ଆଉ ବାବୁ ଜଣଙ୍କ ଦୁଇ ଚକିଆ ଚଳାଇବା ରେ ସିଦ୍ଧ ହସ୍ତ। ତାଙ୍କୁ ଦେଖି ଗାଁ ରେ କେତେ ମର୍ଦ ମାଇପେ ମୁଣ୍ଡିଆ ମାରି ପକେଇଲେ! ଆହା ଏବେ ଆମ ଛୁଆ ପାଠ ପଢିବେ ! ଆଉ ମାଛ କିଏ ମାରିବ ! ଏମିତି କେତେ ଆଲୋଚନା ! ସାରେ ବି ବଡ଼ ଦୟାଳୁ.. କୁନି କୁନି ଚତୁର୍ଥ ପଞ୍ଚମ ଶ୍ରେଣୀ ରେ ଝିଅ ମାନ ଙ୍କୁ ସାରେ ବହୁତ ଭଲ ପାଆନ୍ତି  ! ହେଲେ ବେଳେ ବେଳେ ଜଣ ଜଣ ଙ୍କୁ ପାଠ ପଢେଇବା ପାଇଁ ସ୍କୁଲ ରେ ଅଫିସ ଘର କୁ ଡାକନ୍ତି ! କି ପାଠ ! ବାହାରିବା ବେଳ କୁ ସାର ଙ୍କ ପୋଷାକ ରେ ଆଇରନ ଆଉ ନ ଥାଏ ! ଦିନେ ଛୁଟି ବେଳ ହେଲାଣି ସବୁ ପିଲା ଗଲେଣି କିନ୍ତୁ ଜଣେ ଯାଇ ପାରି ନ ଥିଲା ! ତା ବାପା ତାକୁ ଖୋଜି ଆସିଲା , କାଳେ ସାରେ ଝିଅ କୁ ମଣିଷ କରିବା ପାଇଁ ପାଠ ପଢାଉ ଥିବେ ! ବାପ ଦେଖିଲା ସ୍କୁଲ ଅଫିସ ଘର ଝରକା ଟିକେ ଖୋଲା ଅଛି , ଭିତରୁ କିଛି ଶୁଭୁଛି ! ଝରକା ଆଡେ ଯାହା ଦେଖିଲା ତା ହଲକ ଶୁଖି ଗଲା, ଇଏ କୋଉ ପ୍ରକାର ରେ ପାଠ ? ଆହା ଏବେ କଣ କରିବ ! କଥା ଗାଁ ରେ ପଡିଲା, ବିଚାର ବସିଲା ସାରେ କହୁଛନ୍ତି ଟଙ୍କା ଦେବେ, କୋଠ ଘର କୁ ଟଙ୍କା ଆସିବ, ଏଇଟା ସାର ଙ୍କ ର ସାତ ନମ୍ବର କେଶ ! କୋଉ ନୂଆ କଥା ଯେ ! ଗାଁ କଥା ଗାଁ ରେ ରହିବ ? ଏକଥା ଶୁଣି ସେ ଦିନ ସେ ପଞ୍ଚମ ଶ୍ରେଣୀ ର ନିରୀହ ଛାତ୍ରୀ ଟି କିନ୍ତୁ ବୁଝି ପାରି ନ ଥିଲା ଯେ ଗ୍ରାମ ବାସି ଙ୍କ ର ଏକତା ର ଜୟ ହେଲା ନା  ଟଙ୍କା ଆଗରେ ହାର ମାନିଗଲା ବାପ ମା ଙ୍କ ଝିଅ ପ୍ରତି ଭଲ ପାଇବା !

ଏହି ଭଳି ଭାବେ ଦବାଇ ଦିଆ ଯାଉଛି କି ଦଳିତ ଙ୍କ ସ୍ୱର ?

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike