ସୀମା ରେ ପାଳିତ ହେଉଛି ଆଗୁଆ ଦୀପାବଳି !

LOC : ନିଜ ଘରଠାରୁ ମାଇଲ୍ ମାଇଲ୍ ଦୂରରେ ରହି ନିୟନ୍ତ୍ରଣ ରେଖା (LoC)ରେ ଦେଶର ସୁରକ୍ଷାରେ ନିୟୋଜିତ ଭାରତୀୟ ସେନାର ଯବାନ ଓ ଅଧିକାରୀମାନେ ମୁଖ୍ୟ ଦୀପାବଳି ଦିନ ପୂର୍ବରୁ ହିଁ ଆଲୋକର ପର୍ବ ପାଳନ କରୁଛନ୍ତି। ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ସେନା ଓ ସୀମା ସୁରକ୍ଷା ବଳ (BSF)ର ଯବାନମାନେ ସୀମାରେ ଦୀପ ଜଳାଇବା ସହ ମିଠା ବଣ୍ଟନ କରି ଆନନ୍ଦ ଉଲ୍ଲାସର ସହ ଦୀପାବଳି ପାଳନ କରିଥାନ୍ତି । ତେବେ ଏହି ଉତ୍ସବ ପାଳନ ମଧ୍ୟରେ ମଧ୍ୟ ଦେଶର ସୁରକ୍ଷା ପ୍ରତି ସେମାନଙ୍କ କର୍ତ୍ତବ୍ୟରେ କୌଣସି ଅବହେଳା ହେଉନାହିଁ। ସୀମାରେ କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା (LoC)ରେ ମୁତୟନ ଯବାନମାନେ ସର୍ବଦା ସଜାଗ ଓ ହାଇଆଲର୍ଟରେ ରହି ନିଜର ଦାୟିତ୍ୱ ତୁଲାଉଛନ୍ତି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#LoC #ArmyJawan #Diwali

Comments