ନୂଆଦିଲ୍ଲୀ : ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି (CJP)ର ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ପୁଲିସ CJPର ଅନେକ ସମର୍ଥକ ଙ୍କୁ ଅଟକ ରଖିଛି । ଖବର ଅନୁଯାୟୀ, ୟୁଟ୍ୟୁବର ଧ୍ରୁବ ରାଠୀ ଏବଂ ଲିଗାଲ୍ ଆଫେୟାର୍ସର ମୁଖ୍ୟ ରତ୍ନା ଦାସ ଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ ଅଟକ ରଖିଛି । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ୍)ର ବରିଷ୍ଠ ନେତା ପିନରାୟୀ ବିଜୟନ ଙ୍କୁ ମଧ୍ୟ ଅଟକ ରଖାଯାଇଛି। CJPର ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜଧାନୀରେ ୨୦ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଅନେକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ମେଟ୍ରୋ ଷ୍ଟେସନଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ସମଗ୍ର ଦିଲ୍ଲୀକୁ ଏକ ସୁରକ୍ଷା ଛାଉଣିରେ ପରିଣତ କରାଯାଇଛି। CJP ର ପ୍ରଦର୍ଶନକୁ ନେଇ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, “ଆଜି ଦେଶରେ ଏକ ଅତ୍ୟନ୍ତ ବିପଜ୍ଜନକ ଓ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଦେଶର ୧୪୦ କୋଟି ଜନତା ଶାନ୍ତି ଓ ସୁଖର ସହ ଭାରତର ବିକାଶରେ ସହଯୋଗ କରୁଥିବା ବେଳେ ସେମାନଙ୍କୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି।”
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#CJP #Protest #Newdelhi
Comments
Post a Comment