ମାନବିକତା ଦେଖାଇଲେ ଦିଲ୍ଲୀ ପୋଲିସ ଏବଂ CAPF !


କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଙ୍କ ଜେଜେମା’ଙ୍କର ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ରହିବା ପରେ ଶନିବାର ମହାରାଷ୍ଟ୍ର ର ହିଙ୍ଗୋଲି ଜିଲ୍ଲାରେ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହି ଘଟଣା ସେହି ସମୟରେ ଘଟିଛି, ଯେତେବେଳେ ଦିଲ୍ଲୀ ବିମାନବନ୍ଦର ରେ ଅଭିଜିତ ଦୀପକେ ଙ୍କୁ ଅଟକ ରଖାଯାଇଥିଲା । ଦିଲ୍ଲୀ ପୁଲିସ କହିଛି ଯେ ଏହି ଖବର ମିଳିବା ମାତ୍ରେ ଅଭିଜିତ ଦୀପକେଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିଲା। ଏଥିସହ ତାଙ୍କୁ ନିଜ ଜନ୍ମସ୍ଥାନକୁ ଯିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମଧ୍ୟ ଦିଲ୍ଲୀ ପୁଲିସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ (ANI) ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରିଛି ଯେ, ଜନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ ପାଇଁ କକରୋଚ୍ ଜନତା ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ଏଥିପାଇଁ ଅନୁମତି ମିଳିନଥିବାରୁ ଅଭିଜିତ ଦୀପକେଙ୍କୁ ଅଟକ ରଖାଯାଇଥିଲା।

ଏହି ସମୟ ରେ ଅଭିଜିତ ଦୀପକେଙ୍କ ଜେଜେମା’ଙ୍କ ଦେହାନ୍ତ ହୋଇଥିବା ଦୁଃଖଦ ଖବର ମିଳିଥିଲା । ଏହି ସୂଚନା ତୁରନ୍ତ ଏବଂ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହ ତାଙ୍କୁ ଜଣାଇ ଦିଆଯାଇଥିଲା। ଏଥିସହ ଅନ୍ତିମ ସଂସ୍କାରର ସମୟ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା। ମାନବିକତା ଦୃଷ୍ଟିରୁ ତାଙ୍କୁ ନିଜ ଜନ୍ମସ୍ଥାନକୁ ଯାଇ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପୁଲିସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#AbhijeetDipke #CJP #DelhiPolice #JantarMantarProtest

Comments