ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ରାବୁପୁରା ଅନ୍ତର୍ଗତ ନଗଲା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ଘର ଭିତରୁ ବାପା, ମାଆ ଓ ସେମାନଙ୍କର ୩ ଜଣ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ପରିବାରର ସମସ୍ତ ସଦସ୍ୟ ରାତିରେ ନୁଡୁଲ୍ସ ଖାଇଥିଲେ । ଏହାପରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#ରାବୁପୁରା #ଉତ୍ତରପ୍ରଦେଶ #ବ୍ରେକିଂନ୍ୟୁଜ୍ #ଖାଦ୍ୟବିଷକ୍ରିୟା
Comments
Post a Comment