ଗତକାଲି କିଣିଥିଲେ ନୂଆ ଇନୋଭା, ଆଜି ଛତ୍ରପୁର ଦୟା ପେଟ୍ରୋଲ ପମ୍ପ ନିକଟରେ ଡିଭାଇଡରରେ ପିଟି ଚୁରମାର୍‌ ! ଅଳ୍ପକେ ବର୍ତ୍ତିଲେ ୭ ଜଣ !

ଗଞ୍ଜାମ : ଗତକାଲି କିଣିଥିଲେ ନୂଆ ଗାଡ଼ି, ଆଜି ଦୁର୍ଘଟଣା ରେ ହୋଇଗଲା ଚୁରମାର୍‌ ! ଏଭଳି ଏକ ଦୁର୍ଘଟଣା ଘଟିଛି ଛତ୍ରପୁର ଦୟା ପେଟ୍ରୋଲ ପମ୍ପ ନିକଟରେ । ରାୟଗଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଗତକାଲି ଭୁବନେଶ୍ୱରରୁ ଟୋୟଟା ଇନୋଭା କିଣି ଆଜି ପରିବାର ସହ ରାୟଗଡ଼ା ଫେରୁଥିଲେ । ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରୋଡ଼ ଡିଭାଇଡର ରେ ପିଟି ହୋଇ ଲୁହା ଉପରେ ଚଢ଼ିଯାଇଥିଲା । ଗାଡ଼ିରେ ମାଲିକ, ତାଙ୍କ ପତ୍ନୀ, ସାନଭାଇ ଓ ୪ ଜଣ ଶିଶୁ ଥିଲେ। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଥିବାବେଳେ ଦାମୀ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।

ରିପୋର୍ଟ :- ପିଙ୍କୁନ ଜେନା 
ଜନତା ଜାଗରଣ 

#Chhatrpur #innovaaccident

Comments