ଚିଲିକା ଟାପୁରେ ଥିବା ମା' ବନ ଦୁର୍ଗାଙ୍କ ପୀଠରେ ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ !!


ପୁରୀ ଜିଲ୍ଲାର ପ୍ରସିଦ୍ଧ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମ ନିକଟରେ ଅବସ୍ଥିତ ମା' ବନ ଦୁର୍ଗାଙ୍କ ପୀଠରେ ଆଜି ପବିତ୍ର ବିଜୟା ଦଶମୀ ଦଶହରା ଅବସରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଏହି ମହାନ ପର୍ବରେ ସକାଳୁ ସକାଳୁ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ବ୍ରହ୍ମପୁର ଗ୍ରାମ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ ପାଇଁ ଆସିଥିଲେ ମନ୍ଦିର ପ୍ରାଙ୍ଗଣରେ ମା'ଙ୍କ ସ୍ୱତନ୍ତ୍ର ନୀତିକାନ୍ତି, ମାଜଣା, ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପ୍ରକୃତିର ଶାନ୍ତ ପରିବେଶରେ ଥିବା ଏହି ଶକ୍ତିପୀଠରେ ଭକ୍ତମାନେ ମା'ଙ୍କୁ ଦର୍ଶନ କରି ମୁଣ୍ଡିଆ ମାରିବା ସହ ନିଜ ପରିବାରର ସୁଖ, ଶାନ୍ତି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଆଜିର ଏହି ପବିତ୍ର ଦିନରେ ସମଗ୍ର ଅଞ୍ଚଳ ମା'ଙ୍କ ଜୟକାରରେ ମୁଖରିତ ହୋଇଉଠିଛି ।

ରିପୋର୍ଟ :- ପିଙ୍କୁନ ଜେନା 
ଜନତା ଜାଗରଣ 

#Brahmagiri #Chilika #Berhampur

Comments