ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିର୍ଜାପୁର ରେ ନାବାଳିକା ଙ୍କୁ ଯୌନ ନିର୍ଯାତନା ଅଭିଯୋଗ ! ବର୍ଷକ ମଧ୍ୟ ରେ ଆଠ ନମ୍ବର ନାବାଳିକା ଦୁଷ୍କର୍ମ ର ଶିକାର !
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ର ମାଣିକା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ଜଣେ ୧୭ ବର୍ଷୀୟ ନାବାଳିକା ଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ଉଠିଛି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଏହି ଘଟଣା ରେ ମାଣିକା ପଞ୍ଚାୟତର ଜଣେ ଜନପ୍ରତିନିଧିଙ୍କ ସମ୍ପର୍କୀୟ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗର ସତ୍ୟତା ଏବଂ ଘଟଣାରେ କେଉଁମାନେ ସମ୍ପୃକ୍ତ ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ଖବର ପାଇ ବ୍ରହ୍ମଗିରି ଥାନା ଅଧିକାରୀ ବାମଦେବ ସ୍ୱାଇଁ ଏବଂ ସାତପଡ଼ା ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବ୍ରହ୍ମଗିରି ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ନେଇ ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ଏଭଳି ପାଞ୍ଚରୁ ଛଅଟି ମାମଲା ସାମ୍ନାକୁ ଆସିଥିବା କୁହାଯାଉଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି । ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ରୋକିବା ସହ ନାବାଳିକା ଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ସରକାର ଓ ପୁଲିସ ପ୍ରଶାସନଙ୍କୁ ନିବେଦନ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।
ରିପୋର୍ଟ :- ଲିଲନ କୁମାର ଜେନା
ଜନତା ଜାଗରଣ
#Brahmagiri #Police #Rape
Comments
Post a Comment