ଆମାଜନ : ପଶ୍ଚିମ ଆମାଜନ ରେ ସବୁଜ ଆନାକୋଣ୍ଡା କେଉଁଠାରେ ଦେଖିବାକୁ ମିଳେ, ତାହା ଜାଣିବା ସହ ଏହାକୁ ଖୋଜିବା ପାଇଁ ବୈଜ୍ଞାନିକମାନେ ମଧ୍ୟ ଅନେକ ପରିଶ୍ରମ କରିଛନ୍ତି । ଘଞ୍ଚ ଜଙ୍ଗଲ, ପାଣିରେ ବୁଡ଼ି ରହିଥିବା ଗଛଲତା ଓ ଲୁଚି ରହିଥିବା ନଦୀକୂଳ ଏହି ବିଶାଳ ଆନାକୋଣ୍ଡା ପାଇଁ ଲୁଚି ରହିବାର ଏକ ଉପଯୁକ୍ତ ସ୍ଥାନ । ୨୦୨୫ ମସିହାରେ ‘ଜର୍ଣ୍ଣାଲ ଅଫ୍ ନ୍ୟାଚୁରାଲ ହିଷ୍ଟ୍ରି’ରେ ପ୍ରକାଶିତ ଏକ ଗବେଷଣାରେ ପଶ୍ଚିମ ଆମାଜନରେ ଏହି ବିଶାଳ ସରୀସୃପ କିପରି ଜଳପଥ ଓ ଏହାର ଆଖପାଖରେ ଥିବା ଉଦ୍ଭିଦକୁ ନିଜର ବାସସ୍ଥାନ ଭାବେ ବ୍ୟବହାର କରେ, ସେ ସମ୍ପର୍କରେ ତଥ୍ୟ ଦିଆଯାଇଛି । ପେରୁର ମାଦ୍ରେ ଦେ ଦିଓସ୍ ଅଞ୍ଚଳରେ ଗବେଷକମାନେ ପଶ୍ଚିମ ଆମାଜନରେ ରହୁଥିବା ସବୁଜ ଆନାକୋଣ୍ଡା (Eunectes murinus) ଉପରେ ଏକ ବିସ୍ତୃତ ଅଧ୍ୟୟନ କରିଥିଲେ । ଏଥିରେ ଅତି କମ୍ରେ ୫୦ଟି ଭିନ୍ନ ସାପ ସହ ଜଡ଼ିତ ୧୮୦ଟି ସ୍ଥାନର ତଥ୍ୟ ସଂଗ୍ରହ କରାଯାଇଥିଲା । ଏହା ସହିତ ଚାରିଟି ପ୍ରାପ୍ତବୟସ୍କ ଆନାକୋଣ୍ଡାଙ୍କ ଶରୀରରେ ଅତ୍ୟଧିକ ଉଚ୍ଚ ଆବୃତ୍ତିର ରେଡିଓ ଟ୍ରାକିଂ ଟ୍ୟାଗ୍ ଲଗାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Amazon #GreenAnaconda
Comments
Post a Comment