ଜ୍ଞାନେଶ କୁମାର ଙ୍କ ବିରୋଧ ରେ ଏହା ଶିବ ଙ୍କ ତାଣ୍ଡବ ଭଳି : ରାହୁଲ ଗାନ୍ଧୀ

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ “ଭଗବାନ ଶିବଙ୍କ ତାଣ୍ଡବ” ସହ ତୁଳନା କରିଛନ୍ତି। ଏହି ଆନ୍ଦୋଳନ ପାଇଁ କୌଣସି ଔପଚାରିକ ଯୋଜନାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି ଯେ, ଏହି ପ୍ରତିବାଦ କୌଣସି ନିର୍ଦ୍ଦିଷ୍ଟ ଯୋଜନା ଉପରେ ନିର୍ଭର କରେ ନାହିଁ। ବିଭିନ୍ନ ରୂପରେ ଏହି ଆନ୍ଦୋଳନ ଜାରି ରହିବ।

ଆକାଶବାଣୀ ଭବନ ଠାରେ ହୋଇଥିବା ପୂର୍ବ ଧାରଣା କୁ ମନେ ପକାଇ ସେ କହିଥିଲେ ଯେ, ପ୍ରଥମେ ବସ୍‌ ରେ ଯାଇ ଏକ ସ୍ଥାନରେ ବସିବା ଏବଂ ଗିରଫ ହେବା ଯୋଜନା ଥିଲା। କିନ୍ତୁ ପୁଲିସ ଆଗକୁ ଯିବାକୁ ଅନୁମତି ନଦେବାରୁ ସେମାନେ ନିଜର ରଣନୀତି ବଦଳାଇଥିଲେ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଙ୍କ ବିରୋଧରେ ସୁପ୍ରିମକୋର୍ଟ ଅଭିମୁଖେ INDIA ମେଣ୍ଟର ପଦଯାତ୍ରା ପୂର୍ବରୁ ନୂଆଦିଲ୍ଲୀସ୍ଥିତ AICC ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ, “ମୋ ଭଉଣୀ ମୋତେ କହୁଛନ୍ତି ଯେ ଆମେ ଏକ ଯୋଜନା ପ୍ରସ୍ତୁତ କରିବା ଉଚିତ। ତେଣୁ ମୁଁ ତାଙ୍କୁ କହିଲି, ‘ତୁମେ କଥାଟି ବୁଝିପାରୁନାହଁ। ଏହା ହେଉଛି ତାଣ୍ଡବ। ଏହା ଭଗବାନ ଶିବଙ୍କ ନୃତ୍ୟ। ଏଥିରେ କୌଣସି ଯୋଜନା ନାହିଁ। ଆଜି ଆମେ ସୁପ୍ରିମକୋର୍ଟ ଯାଉଛୁ, ଆସନ୍ତାକାଲି ଅନ୍ୟ କିଛି କରିବୁ। ତୁମେ କ’ଣ ଭାବୁଛ? ଆମେ କ’ଣ ଆକାଶବାଣୀ ଭବନରେ ଧାରଣା ଦେବା ପାଇଁ କୌଣସି ଯୋଜନା କରିଥିଲୁ କି ବୋଲି ରାହୁଲ ଗାନ୍ଧୀ ପାଲଟା ପ୍ରଶ୍ନ କରିଛନ୍ତି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Rahilulgandhi #Shivkitandab 

#RahulGandhi #LordShiva #ShivaTandav #GyaneshKumar #CECProtest

Comments