ଉତ୍ତରପ୍ରଦେଶ : ବର୍ଷେ ହେଲା ସ୍ୱାମୀ ନିଖୋଜ। ସ୍ୱାମୀଙ୍କ ପତ୍ତା ମିଳୁନଥିଲା ବେଳେ ତାଙ୍କ ଭାଗର ଜମିକୁ ଜବରଦଖଲ କଲେଣି ଦିଅର ଓ ଦେଢ଼ଶୂର । ଥାନା ଏବଂ ତହସିଲ ରେ ଅଭିଯୋଗ କରି ଥକିଗଲେଣି କିନ୍ତୁ ଫଳ ଶୂନ । ସେଥିଲାଗି ରାସ୍ତାରେ ଦଣ୍ଡବତ ପ୍ରଣାମ ଯାତ୍ରା କରି ଜିଲ୍ଲାପାଳଙ୍କ ପାଖରେ କାନ୍ଦି କାନ୍ଦି ନ୍ୟାୟ ଗୁହାରି କଲେ ମହିଳା । ୟୁପି ହମିରପୁରରୁ ଆସିଛି ଏଭଳି ଘଟଣା। ତେବେ ପ୍ରଶ୍ନ ଉଠିଛି ଜାଗା ବାଡ଼ି ଘଟଣା ରେ ପୋଲିସ ବିଭାଗ ଏବଂ ରାଜସ୍ବ ବିଭାଗ ମଧ୍ୟ ରେ ତାଳ ମେଳ ରହୁନାହିଁ କାହିଁକି ? ଉକ୍ତ ମହିଳା ଙ୍କ ପ୍ରତି ଯେ ଅନ୍ୟାୟ ହେଉଥିଲା ତାହା କଣ ସ୍ଥାନୀୟ ଥାନାଧିକାରୀ ଏବଂ ତହସିଲଦାର ଙ୍କୁ ଜ୍ଞାତ ନ ଥିଲା କି ?
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Tahasil #Policestation
Comments
Post a Comment