ଇଣ୍ଡୋନେସିଆ ଏବଂ ଭାରତ ର ସ୍ୱତନ୍ତ୍ର ବାହିନୀ ର ସମରାଭ୍ୟାସ।

ଇଣ୍ଡୋନେସିଆର ବାନ୍ୟୁୱାଙ୍ଗିଠାରେ ଚାଲିଥିବା ‘ଗରୁଡ଼ ଶକ୍ତି’ ସମରାଭ୍ୟାସ ସମୟରେ ଭାରତୀୟ ଓ ଇଣ୍ଡୋନେସିଆର ସ୍ୱତନ୍ତ୍ର ବାହିନୀ ମିଳିତ ଭାବେ ଲାଇଭ୍‌-ଫାୟାରିଂ ଅଭ୍ୟାସ କରିଛନ୍ତି ।

ଏହି ଅଭ୍ୟାସରେ ଯୁଦ୍ଧକାଳୀନ ଲକ୍ଷ୍ୟଭେଦ, ଗୋଟିଏ ସ୍ଥିତିରୁ ଅନ୍ୟ ସ୍ଥିତିକୁ ଯାଇ ଗୁଳିଚାଳନା ଏବଂ ସ୍ନାଇପର୍‌ ଗୁଳିଚାଳନା ଭଳି ଅଭ୍ୟାସ ସାମିଲ ଥିଲା। କାଳ୍ପନିକ ଯୁଦ୍ଧ ପରିସ୍ଥିତିରେ ଲକ୍ଷ୍ୟଭେଦର ନିଖୁଣତା, ଦ୍ରୁତଗତି ଓ ସଠିକତା ଉପରେ ଏହି ଅଭ୍ୟାସରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଉଭୟ ଦେଶର ସ୍ୱତନ୍ତ୍ର ବାହିନୀର ଯୁଦ୍ଧ ଦକ୍ଷତା ବୃଦ୍ଧି, ଅପରେସନ୍‌ ପାଇଁ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଏବଂ ମିଳିତ ଅଭିଯାନ ସମୟରେ ପରସ୍ପର ସହ ସମନ୍ୱୟ ରକ୍ଷା କରିବା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#ଗରୁଡ଼ଶକ୍ତି #ଭାରତୀୟସେନା #ଇଣ୍ଡୋନେସିଆ #ସ୍ୱତନ୍ତ୍ରବାହିନୀ

Comments