ପହଲଗାମ ଆକ୍ରମଣ ର ମୂଳ ମାଷ୍ଟର ମାଇଣ୍ଡ ସୁରକ୍ଷାବଳ ଙ୍କ ଗୁଳି ରେ ନିହତ !
ଶ୍ରୀ ନଗର ବେସ : ଜମ୍ମୁ-କଶ୍ମୀର ର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏସ୍.ପି. ବୈଦ୍ୟ କହିଛନ୍ତି ଯେ, ଲଶ୍କର-ଏ-ତୈବାର ଆତଙ୍କବାଦୀ ହାଶିମ ମୂସା ନିହତ ହେବା ସୁରକ୍ଷାବଳ ପାଇଁ ବଡ଼ ସଫଳତା। ମୂସା ଙ୍କୁ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ମନେ କରାଯାଉଥିଲା। ବୈଦ୍ୟଙ୍କ ଅନୁସାରେ, ବଡଗାମ ର ୟୁସମାର୍ଗ ରେ ଲଶ୍କର-ଏ-ତୈବାର ଟପ୍ କମାଣ୍ଡର ଙ୍କୁ ଏନକାଉଣ୍ଟର ରେ ନିହତ କରାଯିବା ସୁରକ୍ଷାବଳ ପାଇଁ ବଡ଼ ସଫଳତା । ମୂସା ପାକିସ୍ତାନୀ ନାଗରିକ ଥିଲେ ଏବଂ କମାଣ୍ଡୋ ଟ୍ରେନିଂ ନେଇଥିଲେ । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ISI ତାଙ୍କୁ ଜଙ୍ଗଲ ଯୁଦ୍ଧ ଓ ଗରିଲା ଆକ୍ରମଣ ପାଇଁ ବିଶେଷ ଭାବେ ପ୍ରସ୍ତୁତ କରିଥିବା କୁହାଯାଉଛି। ପୂର୍ବତନ ଡିଜିପି କହିଛନ୍ତି ଯେ, ପୁଞ୍ଚର DKG ଓ ଭିମ୍ବର ଗଲି ରୁଟ୍ରେ ସୁରକ୍ଷାକର୍ମୀ ଙ୍କ ଉପରେ ଘାତ ଲଗାଇ ଆକ୍ରମଣ ହୋଇଥିଲା। ଏକ ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିଲେ ଏବଂ ବାୟୁସେନାର ଯବାନ ମାନେ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଆକ୍ରମଣଗୁଡ଼ିକ ସହ ମୂସାଙ୍କ ସମ୍ପର୍କ ଥିବା କୁହାଯାଉଥିଲା। ଏହା ବ୍ୟତୀତ ଗୁଲମର୍ଗ ଅଞ୍ଚଳର ଆକ୍ରମଣ ଏବଂ ରିଆସି ରେ ଶ୍ରଦ୍ଧାଳୁଙ୍କ ଉପରେ ହୋଇଥିବା ଆକ୍ରମଣ ରେ ମଧ୍ୟ ତାଙ୍କ ସମ୍ପୃକ୍ତି ଥିବା କଥା ସାମ୍ନା କୁ ଆସିଥିଲା। ବୈଦ୍ୟଙ୍କ କହିବା ଅନୁସାରେ, ମୂସା ଘାତ ଲଗାଇ ଆକ୍ରମଣ ଏବଂ ଗରିଲା ଯୁଦ୍ଧ କୌଶଳ ରେ ପାରଙ୍ଗମ ଥିଲେ। ବଡ଼ ଆକ୍ରମଣ ର ଯୋଜନା ପ୍ରସ୍ତୁତି ରେ ମଧ୍ୟ ତାଙ୍କ ଭୂମିକା ଥିବା ମନେ କରାଯାଉଥିଲା। ସେ କହିଛନ୍ତି ଯେ, ମୂସା ନିହତ ହେବାର ସିଧାସଳଖ ପ୍ରଭାବ ପୀର ପଞ୍ଜାଲ ଅଞ୍ଚଳ ରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ପଡ଼ିବ। ପୁଞ୍ଚ ଓ ରାଜୌରୀ ଭଳି ଅଞ୍ଚଳରେ ଜଙ୍ଗଲ ଓ ପାହାଡ଼ କୁ ଢାଲ ଭାବେ ବ୍ୟବହାର ନେଇ ଆକ୍ରମଣ କରିବା ଆତଙ୍କବାଦୀ ଙ୍କ ପାଇଁ ସହଜ ହୋଇଥାଏ। ତେଣୁ ଜଣେ ପ୍ରଶିକ୍ଷିତ କମାଣ୍ଡୋ ନିହତ ହେବା ଦ୍ୱାରା ଆତଙ୍କବାଦୀ ନେଟୱର୍କ ଦୁର୍ବଳ ହେବ ବୋଲି ବୈଦ୍ୟ କହିଛନ୍ତି।ଜମ୍ମୁ-କଶ୍ମୀର ର ବଡଗାମ ଜିଲ୍ଲାରେ ପାକିସ୍ତାନସ୍ଥିତ ଲଶ୍କର-ଏ-ତୈବାର ଆତଙ୍କବାଦୀ ମହମ୍ମଦ ଆସିଫ ଓରଫ ହାଶିମ ମୂସାକୁ ସୁରକ୍ଷାବଳ ନିହତ କରିଛନ୍ତି। ବୁଧବାର ସକାଳେ ୟୁସମାର୍ଗ ଅଞ୍ଚଳରେ ତଲାସୀ ଅଭିଯାନ ସମୟରେ ତାଙ୍କ ମୃତଦେହ ମିଳିଥିଲା। ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସୁରକ୍ଷାବଳଙ୍କ ଅନୁସାରେ, ପକ୍କା ଗୁଇନ୍ଦା ସୂଚନା ଆଧାରରେ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ବୁଧବାର ୟୁସମାର୍ଗ ଅଞ୍ଚଳରେ ‘ଅପରେସନ କୋରାଗ’ ଆରମ୍ଭ କରିଥିଲେ। ଏହାପରେ ଅଞ୍ଚଳରେ ମିଳିତ ତଲାସୀ ଅଭିଯାନ ଚାଲିଥିଲା।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
Comments
Post a Comment