ଏବେ ର ପୀଢ଼ି ଏମେର୍ଜେନ୍ସି କଣ ଜାଣି ନାହାନ୍ତି !

ନୂଆଦିଲ୍ଲୀ : CJP ର ଏମର୍ଜେନ୍ସୀ ଆରୋପ କୁ କାଉଣ୍ଟର କରିଛନ୍ତି ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ! ୧ କିମି ପରିଧିରେ ବ୍ୟାରିକେଡ୍ ଲଗାଇବା ଏମର୍ଜେନ୍ସୀ କି ପଚାରିବା ସହିତ ବର୍ତ୍ତମାନ ର ପିଢ଼ି ଏମର୍ଜେନ୍ସୀ କ'ଣ ସତରେ ଜାଣିନାହାନ୍ତି ବୋଲି କହିଛନ୍ତି । ଆମେ କେବଳ ଶୁଣିଛୁ, ମାତ୍ର ଅଙ୍ଗେ ନିଭାଇଥିବା ବ୍ୟକ୍ତି ଏବେ ବଞ୍ଚିଛନ୍ତି ! ଆଜି ଆପଣ ଯେ କୌଣସି ସ୍ଥାନରେ ବସି ପିଏମ୍‌ଙ୍କୁ ସମାଲୋଚନା କରୁଛନ୍ତି ! ପ୍ରଧାନମନ୍ତ୍ରୀ ଙ୍କ ଉପରେ ଭିତ୍ତିହୀନ ଆରୋପ ମଧ୍ୟ ଲଗାଇ ପାରୁଛନ୍ତି ! ମାତ୍ର ଇନ୍ଦିରାଙ୍କ ଏମର୍ଜେନ୍ସୀ ବେଳେ 'DIR' ବୋଲି ଏକ ପ୍ରୋଭିଜନ ଥିଲା ଏବଂ ଏହାଦ୍ବାରା ଯେ କୌଣସି ବ୍ୟକ୍ତିଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଉଥିଲା । ଜାମିନ୍ ଆବେଦନ ପାଇଁ କୋର୍ଟ ଯିବାକୁ ମଧ୍ୟ ଅନୁମତି ନଥିଲା । ମାତ୍ର ବିଗତ ଅଢ଼େଇ ବର୍ଷରେ ଦେଶ ଦ୍ରୁତଗତିରେ ଅଭିବୃଦ୍ଧି କରୁଛି । ଡିଜିଟାଲ ଟ୍ରାଞ୍ଜାକସନ୍‌ ରେ ସାରା ବିଶ୍ବରେ ନମ୍ବର ୧ ହୋଇପାରିଛୁ  ବୋଲି କହିଛନ୍ତି ସୁଧାଂଶୁ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Delhi #BJP #SudhanshuTrivedi #CJP

Comments