ଏ ଖାଲ ରେ ପଡିଲେ ହେଲମେଟ ବି ବଞ୍ଚାଇ ପାରିବ ନାହିଁ ! ବାଙ୍କୀ ରୋଡ଼ ର ଦୁର୍ଦ୍ଧଶା ପାଇଁ ଦାୟୀ କିଏ ?

ବାଙ୍କୀ : ବାଙ୍କୀ CISF କୁ ସଂଯୋଗ କରୁଥିବା ବାଙ୍କୀ ରୋଡ଼ ର ରାମଚଣ୍ଡୀ ଗ୍ରାମ ନିକଟ ରେ ବିଚ ରାସ୍ତା ରେ ଏକ ବିଶାଳ ଗର୍ତ୍ତ ! ଅନ୍ଧାର ରେ ଚାରି ଚକିଆ ହେଉ ଅଥବା ଦୁଇ ଚକିଆ ପାଇଁ ପାଲଟିଛି ମରଣ ଯନ୍ତା ! ତେବେ ପ୍ରତ୍ୟେକ ଦିନ ବେଆଇନ ଲଘୁ ଖଣିଜ ବୋଝେଇ ହାଇୱା ଯାଇ ଯାଇ ରାସ୍ତା ର ଏପରି ଅବସ୍ଥା ହେଉଥିବା ଅଭିଯୋଗ କରିଛନ୍ତି । ଅବଶ୍ୟ ଏବେ ନଦୀ ବଢ଼ି ପାଇଁ ଏବଂ ଲଗାଣ ବର୍ଷା ଯୋଗୁଁ ଲଘୁ ଖଣିଜ ଚୋରା ଚାଲାଣ ସାମାନ୍ୟ ଶିଥିଳ ପଡ଼ିଥିବା ଦେଖା ଯାଉଛି । ତେବେ ତୁରନ୍ତ ଏହି ରାସ୍ତା କୁ ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି ଜଣାଇଛନ୍ତି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Banki #RoughRoad

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors