ପୁଣି ବଡ଼ଦାଣ୍ଡ ରେ ଜମିଲା ଡ୍ରେନ ଏବଂ ବର୍ଷାଜଳ !

ଶ୍ରୀକ୍ଷେତ୍ର : ବଡଦାଣ୍ଡ ରେ ଡ୍ରେନ ଏବଂ ବର୍ଷା ଜଳ ! ଅବହେଳା ନା ଅପାରଗତା ? ସାରା ବିଶ୍ୱ ରୁ ଲୋକ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ପୁରୀ କୁ ଆସନ୍ତି ! କିନ୍ତୁ ଯଦି ଖୋଦ ମହାପ୍ରଭୁ ଙ୍କ ବଡଦାଣ୍ଡ ରେ ବର୍ଷା ହେଲେ ପାଣି ଜମିବ ତେବେ ରାଜ୍ୟର ବିକାଶ ର ଛବି କେଉଁଭଳି ଦେଖାଯିବ ତାହା ସହଜେ ଅନୁମେୟ ! ରାଜ୍ୟ ସରକାର ଦରମା ପରେ ଦରମା ବଢ଼ାଇ ଚାଲିଛନ୍ତି ! ଏପରି ପରୀକ୍ଷା ଦ୍ୱାରା ସରକାରୀ କର୍ମଚାରୀ ଚୟନ କରାଯାଉଛି ଯାହା କେହି ସହଜ ରେ ପାସ କରି ପାରିବେ ନାହିଁ ! ତେବେ କେଉଁ କାରଣ ରୁ ଆମ ଓଡିଆ ଙ୍କ ଦେଇ ପିଣ୍ଡି ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ଆଗରେ ଏତେ ମଳମୂତ୍ର ସହିତ ବର୍ଷାଜଳ ଜମା ହେବ ତାହାର ଉତ୍ତର କିଏ ଦେବ ? କାଗଜ ପତ୍ର ରେ ଡ୍ରେନ ସଫା ଏବଂ ବର୍ଷା ଜଳ ନିଷ୍କାସନ ଯୋଜନା ଠିକ ଠାକ ଚାଲିଛି କି ନାହିଁ  ତାହା ମଧ୍ୟ ସ୍ପଷ୍ଟ କରାଯାଉ । ଶ୍ରୀକ୍ଷେତ୍ର ପରିକ୍ରମା ପାଇଁ ଏହି ଉବୁଟୁବୁ ବଡ଼ ଦାଣ୍ଡ ଛଡା ଆଉ କେଉଁ ରାସ୍ତା ଅଛି କି ?

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Puri #DrainageIssue

Comments