କର୍ତ୍ତବ୍ୟ ନୁହେଁ, ସେବାରେ ଜିଣିଲେ ହୃଦୟ ! ମା’ ତାରାତାରିଣୀଙ୍କ ଦର୍ଶନରେ ବୟସ୍କ ଭକ୍ତଙ୍କ ସାହାରା ସାଜିଲେ ପୋଲିସ କର୍ମଚାରୀ ।


ଗଞ୍ଜାମ : ମାନବିକତା ଦେଖାଇଲା ପୁରୁଷୋତ୍ତମପୁର ପୋଲିସ ! ମା’ ତାରାତାରିଣୀଙ୍କ ପୀଠରେ ଦର୍ଶନ ପାଇଁ ଆସିଥିବା ବୟସ୍କ ଓ ବରିଷ୍ଠ ଭକ୍ତମାନଙ୍କୁ ଭିଡ଼ ମଧ୍ୟରେ ସୁରକ୍ଷିତ ଭାବେ ଯାତାୟାତ କରିବା ସହ ସୁଗମ ଦର୍ଶନରେ ସହଯୋଗ କରିଛନ୍ତି ପୋଲିସ କର୍ମଚାରୀ । କର୍ତ୍ତବ୍ୟ ସହ ମାନବିକତାର ଏହି ନିଆରା ଉଦାହରଣ ସମସ୍ତଙ୍କ ହୃଦୟ ଜିଣୁଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Ganjam #Taratarini #PurusottampurPolice

Comments