ତିଗିରିଆ : କଟକ ଜିଲ୍ଲା ତିଗିରିଆ ବ୍ଲକ ହେଡ଼ କ୍ୱାର୍ଟର ରେ ଥିବା ସରକାରୀ ମେଡିକାଲ ନିକଟ ରେ ଥିବା ଏକ ବହୁମୂଲ୍ୟ ଚାଷ ଜମି ଉପରେ ଡ୍ରେନ ଜଳ ଏବଂ ଆବର୍ଜନା ମାଡିଯାଇ ଏହା ଚାଷ ଅନୁପଯୋଗୀ ହୋଇ ଯାଇଛି ! ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟବସ୍ତୁ ହେଉଛି ଏହା ଖୋଦ ବ୍ଲକ ହେଡ଼ କ୍ୱାର୍ଟର ରେ ତିଗିରିଆ ମେଡିକାଲ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ହର ମୋହନ ପଟ୍ଟନାୟକ ଙ୍କ ରାସ୍ତା କଡ଼ ର ଚାଷ ଜମି ! ବଡ଼ ବିଡମ୍ବନା ର ବିଷୟ ଯେଉଁ ଲୋକ ଦିନେ ଲୋକ ଙ୍କ ସହାୟତା ପାଇଁ ଜମି ଦାନ କରିଥିଲେ ଆଜି ତାଙ୍କରି ଜମି ଉପରେ ମଇଳା ଏବଂ ଆବର୍ଜନା ଜଳ ମାଡି ଯାଇଛି ! ଖାଲି ସେତିକି ନୁହେଁ ଦୁଇ ବର୍ଷ ପୂର୍ବରୁ ଏହି ଚାଷ ଜମି କୁ ବେଆଇନ ଭାବେ କବ୍ଜା କରାଯାଇ ହଡପ ଉଦ୍ୟମ କରିବାକୁ ଉଦ୍ୟମ କରିଥିଲେ ତତ୍କାଳୀନ କିଛି ସରକାରୀ କର୍ମଚାରୀ ! ତେବେ ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ତିଗିରିଆ ର ଡ୍ରେନ ସମସ୍ୟା ସୁଧୁରି ପାରୁ ନାହିଁ କାହିଁକି ? ପ୍ରଶ୍ନ ମଧ୍ୟ ଉଠୁଛି ଲଗାତାର ଚୋରି, ବେଆଇନ ନିଶା କାରବାର, ସରକାରୀ ଏବଂ ବେସରକାରୀ ଜମି ଜବରଦଖଲ ! ଦିନ ଦୁଇ ପହର ରେ ସରକାରୀ ସାମଗ୍ରୀ ର ଖୁଲମ ଖୁଲା ଚୋରି ଚାଲିଥିଲେ ମଧ୍ୟ ସବୁ କ୍ଷେତ୍ର ରେ କାହିଁକି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ? ପ୍ରଶ୍ନ ଉଠିଛି ଡ୍ରେନ ର ଶେଷ କେଉଁଠି ? ତେବେ ଦିନ କୁ ଦିନ ଲଘୁଚାପ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦିନ ଦିନ କୁ ଉକ୍ତ ଚାଷ ଜମି ଗୁଡିକ ଉପରେ ମଇଳା ଏବଂ ଆବର୍ଜନା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ! ତେବେ ପ୍ରଶ୍ନ ଉଠିଛି ତିଗିରିଆ ରେ ଏହି ଡ୍ରେନ କୁ ପୋତିଛି କିଏ ? କିଏ ସେହି ଶକ୍ତିଶାଳୀ ବ୍ୟକ୍ତି ଯାହା ଆଗରେ ପ୍ରଶାସନ ହୋଇ ପଡିଛି ଦୁର୍ବଳ ଏବଂ ବାରମ୍ବାର କ୍ଷତି ସହୁଛନ୍ତି ସାଧାରଣ ଜନତା ?
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Tigiria #DrainageIssue
Comments
Post a Comment