କୃଷ୍ଣପ୍ରସାଦ : କେବେ ହେବ ବ୍ରିଜ ? ଡ଼ଙ୍ଗା ର ଫିଟନେସ ଯାଞ୍ଚ କରିବ କିଏ ? ସ୍ୱାଧୀନତା ପରେ ଅନେକ ବସନ୍ତ ଅତିକ୍ରମ କରିବା ପରେ ମଧ୍ୟ ଏଯାବତ ବ୍ରିଜ ରୁ ବଞ୍ଚିତ କୃଷ୍ଣପ୍ରସାଦ ବାସୀ ! ଚିଲିକା ହ୍ରଦ ରେ ପୁଣିଥରେ ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ମଝି ପାଣି ରେ ଫସି ରହିଥିବା ଦେଖିବାକୁ ମିଳିଛି । ଡଙ୍ଗାରେ ୫୦ ରୁ ଅଧିକ ଯାତ୍ରୀ ଏବଂ ୨୦ଟି ବାଇକ୍ ରହିଥିବାବେଳେ ପ୍ରାୟ ୪୦ ମିନିଟ୍ ଧରି ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ମଝି ହ୍ରଦରେ ଅଟକି ରହିଥିଲେ । ତେବେ ବାରମ୍ବାର ଲୋକ ମାନେ ଡ଼ଙ୍ଗା ରେ ଯିବା ଆସିବା ସମୟ ରେ ଅସୁବିଧା ର ସମ୍ମୁଖୀନ ହେଉଥିବାରୁ ବଢିଛି ଜନ ଅସନ୍ତୋଷ ! ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ସମୟ ରେ ଜହ୍ନିକୁଦା ଘାଟରୁ ଏକ ଯାତ୍ରୀବାହୀ ଡଙ୍ଗା ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ବାହାରିଥିଲା। ତେବେ ମହଁସା ଗାଁ ନିକଟ ମଝି ଚିଲିକା ରେ ପହଞ୍ଚିବା ପରେ ହଠାତ୍ ଡଙ୍ଗାର ମେସିନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଡଙ୍ଗା ଟି ଆଗକୁ ଯାଇନପାରି ମଝି ପାଣିରେ ଅଟକି ରହିଥିଲା । ଡଙ୍ଗାଟି ମଝି ହ୍ରଦରେ ହସ୍ତକ୍ଷେପ ହୀନ ଭାବେ ଫସିରହିବାରୁ ଯାତ୍ରୀ ମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଚାରିତ ହେବା ପରେ ଏକପ୍ରକାର ଚିନ୍ତା ବଢ଼ିଥିଲା। ତେବେ ଚିଲିକାରେ ଏଭଳି ଯାନ୍ତ୍ରିକ ତ୍ରୁଟି ଘଟୁଥିବାରୁ ଯାତ୍ରୀମାନେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ।
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Chilika #PublicSafety
Comments
Post a Comment