ସାତପଡା : ଶୀତଋତୁ ର ଆଗମନ ସହିତ ଓଡ଼ିଶା ର ପ୍ରସିଦ୍ଧ ପକ୍ଷୀ ମହୋତ୍ସବ କେନ୍ଦ୍ର ତଥା ଏସିଆ ର ବୃହତ୍ତମ ଲୁଣିଆ ଜଳାଶୟ ଚିଲିକା ହ୍ରଦ କୁ ପୁଣିଥରେ ଫେରିଆସିଲେଣି ବିଦେଶୀ ଅତିଥି ! ସାଇବେରିଆ, କାସପିଆନ୍, ଇଉରୋପ ଏବଂ ମଧ୍ୟ ଏସିଆ ର ବିଭିନ୍ନ ଥଣ୍ଡା ଅଞ୍ଚଳ ରୁ ହଜାର ହଜାର ମାଇଲ୍ ପଥ ଅତିକ୍ରମ କରି ପ୍ରବାସୀ ପକ୍ଷୀ ମାନେ ଚିଲିକାର କେଶୁଆ, ନଳବଣ ଏବଂ ବିଭିନ୍ନ ଦ୍ୱୀପାଞ୍ଚଳ ରେ ଆସି ପହଞ୍ଚିବାରେ ଲାଗିଛନ୍ତି ! ପକ୍ଷୀ ମାନଙ୍କର ରଙ୍ଗ ବେରଙ୍ଗର ଡେଣା ଏବଂ ସେମାନଙ୍କ ର କିଚିରି ମିଚିରି ଶବ୍ଦ ରେ ଚିଲିକା ର ଚାରିପାଖ ଏବେ ମୁଖରିତ ହୋଇଉଠିଛି । ଏହି ପ୍ରାକୃତିକ ଶୋଭା କୁ ନିଜ ଆଖିରେ ଦେଖିବା ଏବଂ କ୍ୟାମେରା ରେ କଏଦ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କ ଭିଡ଼ ଦିନକୁ ଦିନ ବଢ଼ିବାରେ ଲାଗିଛି । ପର୍ଯ୍ୟଟକ ମାନେ ବୋଟ୍ ଯୋଗେ ନଳବଣ ଅଭୟାରଣ୍ୟ ଏବଂ ବିଭିନ୍ନ ପକ୍ଷୀ ବିହାରକୁ ଯାଇ ଏହି ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି । ପର୍ଯ୍ୟଟକ ଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ବୋଟ୍ ମାଲିକ ସଂଘ ପକ୍ଷରୁ ସୁରକ୍ଷା ଓ ପରିବହନ ବ୍ୟବସ୍ଥା କୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆଗକୁ ଶୀତ ବଢ଼ିବା ସାଙ୍ଗକୁ ପକ୍ଷୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହାକି ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଆହୁରି ସମୃଦ୍ଧ କରିବ।
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Chilika #Winter #ForeighnBirds
Comments
Post a Comment