ପୁଣି ଗିରଫ ହେଲେ ମର୍ସିଡିଜ୍ ଦୁର୍ଘଟଣା ଅଭିଯୁକ୍ତ ସୌମ୍ୟ ରଞ୍ଜନ ରଥ , ଢାବା ମାଲିକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ!
ଭୁବନେଶ୍ୱର : ପୁଣି ଗିରଫ ହେଲେ ମର୍ସିଡିଜ୍ ଦୁର୍ଘଟଣା ଅଭିଯୁକ୍ତ ସୌମ୍ୟ ରଞ୍ଜନ ରଥ , ଢାବା ମାଲିକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ!
ଆଇନ ଛାତ୍ର ସୌମ୍ୟ ରଞ୍ଜନ ରଥ (୨୦)ଙ୍କୁ ଅକ୍ଟୋବର ୧୩ ତାରିଖ ରେ ପୁଣିଥରେ ଗିରଫ କରାଯାଇଛି । ସେ ଜଣେ ବିଲ୍ଡରଙ୍କ ପୁଅ। ଗତ ଜୁଲାଇ ୧୩ ତାରିଖରେ ଶାସ୍ତ୍ରୀ ନଗର ରେ ଘଟିଥିବା ମର୍ସିଡିଜ୍ କାର୍ ଦୁର୍ଘଟଣାରେ ବାଇକ୍ ଚାଳକ ଦେବୀ ପ୍ରସାଦ ରାଉତରାୟ ଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଅଗଷ୍ଟ ମାସରେ ଜାମିନରେ ଆସିଥିବା ସୌମ୍ୟ ଙ୍କୁ ଏବେ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଣି ଗିରଫ କରାଯାଇଛି ।
ପୁଲିସର ସୂଚନା ଅନୁସାରେ, ସୌମ୍ୟ କେଶୁରା ସ୍ଥିତ ଡାର୍ଲିଂ ଢାବାରେ ରାତିସାରା ମଦ୍ୟପାନ କରିଥିଲେ । ସୋମବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ବିଲ୍ ପଇଠକୁ ନେଇ ଢାବା ମାଲିକ ତପନ ଦାସଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହାପରେ ସୌମ୍ୟ ଢାବା ମାଲିକ ଓ ତିନିଜଣ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ସେଠାରୁ ଖସି ପଳାଇବା ସମୟରେ କଟକ-ପୁରୀ ବାଇପାସ୍ରେ ସେ ସାତଟି ମୋଟର ସାଇକେଲ କୁ ଧକ୍କା ଦେଇଥିଲେ । ଏଥିରେ ତିନିଜଣ ବାଇକ୍ ଚାଳକ ଆହତ ହୋଇଛନ୍ତି । ଆହତ ଙ୍କ ମଧ୍ୟରେ ରତିକାନ୍ତ ସିଂହ ଓ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଅଛନ୍ତି । ସେମାନେ ପୂର୍ବରୁ ଅନ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ଅଟକିଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।
ଡାକ୍ତରୀ ପରୀକ୍ଷାରେ ସୌମ୍ୟ ମଦ୍ୟପାନ କରି ଗାଡ଼ି ଚଳାଇଥିବା ନିଶ୍ଚିତ ହୋଇଥିବା ପୁଲିସ କହିଛି । ଘଟଣା ପରେ ସେ ଏକ ବସ୍ରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ମାଡ଼ ମାରିଥିବା ଜଣାପଡ଼ିଛି।
ଡିସିପି ସାରବଣା ବିବେକ ଏମ୍ଙ୍କ ସୂଚନା ଅନୁସାରେ, ବଡ଼ଗଡ଼ ଥାନାରେ ହତ୍ୟା ଉଦ୍ୟମ ଓ ବେପରୁଆ ଗାଡ଼ି ଚାଳନା ସମେତ ବିଭିନ୍ନ ଅଭିଯୋଗ ରେ ଚାରୋଟି ମାମଲା ରୁଜୁ ହୋଇଛି। ଏହାସହ ସୌମ୍ୟଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ପାଇଁ ଆରଟିଓ ପକ୍ଷରୁ ପଦକ୍ଷେପ ନିଆଯିବ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Odisha #Bhubaneswar #MercedesCrash
Comments
Post a Comment